www.samajalive.in
Saturday, December 13, 2025
26.1 C
Bhubaneswar

ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ୮ମ ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ଏହାର ୮ମ ପ୍ରତିଷ୍ଠା ଦିବସ ସହ ଉତ୍କଳ ଦିବସ ୧ ଏପ୍ରିଲ ୨୦୨୪ରେ ପାଳିତ ହୋଇଯାଇଛି । ଡିକ୍ୟୁ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଟରନ୍ୟାଶନାଲ ଲିଃ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ତାପସ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଏବଂ ବିର୍ଲ୍ଲା ପରିବାର ତରଫରୁ ଶିକ୍ଷାକ୍ଷେତ୍ରରେ ଥିବା ଅବଦାନଗୁଡିକ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ସତ୍ୟଜିତ୍‌ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରିବା ସହ ଯୁବ ପିଢୀମାନଙ୍କୁ ସେମାନଙ୍କ ମାତା, ପିତା, ସମ୍ପର୍କାୟ, ଜନ୍ମ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନର ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।

- Advertisement -

ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ସଦସ୍ୟ ବିକାଶ କାଣ୍ଡୋଇ ଶିକ୍ଷା କ୍ଷେତ୍ରରେ ବିଜିୟୁର ସ୍ୱତନ୍ତ୍ର ଅବଦାନ ଉପରେ ଆଲୋକପାତ କରିଥିଲେ । ବିଜିୟୁ କୂଳପତି ପ୍ରଫେସର ପି.ପି. ମାଥୁରଙ୍କ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଜିୟୁ ରେଜିଷ୍ଟ୍ରାର ଡଃ ବି.କେ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୂତନ ଏକାଡେମିକ ବ୍ଲକ୍‌ର ଭିତ୍ତି ପ୍ରସ୍ତର ସ୍ଥାପନା ଉତ୍ସବ ଆୟୋଜିତ ହୋଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories