ବୌଦ୍ଧ :ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତା ଗୌରୀ ଅମାତଙ୍କ ୯୦ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ସେ ଗତ କିଛିଦିନ ଧରି ଚିକିତ୍ସାଧିନ ରହିଥିଲେ। ଖବର ପାଇ ବୌଦ୍ଧରେ ଥିବା ଏକମାତ୍ର ପୁଅ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭୁବନେଶ୍ବର ଯାଇଛନ୍ତି। ତାଙ୍କ ମରଶରୀର ବୌଦ୍ଧସ୍ଥିତ ବାସଭବନକୁ ଅଣା ଯିବାପରେ ଅପରାହ୍ନରେ ନିର୍ବାଣ ଧାମଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଖବର ପାଇ ତାଙ୍କ ଗ୍ରାମର ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି। ପ୍ରଦୀପ ଅମାତ ପ୍ରଥମ ଥର ସ୍ଵାଧୀନ ପ୍ରାର୍ଥୀ ବିଧାୟକ ନିର୍ବାଚନ ବିଜୟରେ ତାଙ୍କ ପିତା ସ୍ୱର୍ଗତଃ ଗୌରୀ ଅମାତଙ୍କ ଆଶୀର୍ବାଦ ସହିତ ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବାପରେ ସହରରେ ଶୋକର ଛାୟା ଖେଳିଯାଇଛି।
Popular Categories



