www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଗୌରବ ବଲ୍ଲଭ। ଗୁରୁବାର ସକାଳେ ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳର ଅଧ୍ୟକ୍ଷଙ୍କୁ ପତ୍ର ପଠାଇଥିଲେ। ଦଳ ଛାଡିବା ପରେ ସୋସିଆଲ ମିିଡିଆରେ ପୋଷ୍ଟ କରି ଗୌରବ ବଲ୍ଲଭ କହିଛନ୍ତି ଯେ ସେ ସନାତନ ଧର୍ମ ବିରୋଧୀ ନାରା ଦେଇପାରିବେନି। ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି। ସୂଚନାଯୋଗ୍ୟ ଯେ, ଗୌରବ ବଲ୍ଲଭ କଂଗ୍ରେସର ମୁଖପାତ୍ର ଭାବେ ବେଶ ଲୋକପ୍ରିୟ । ବିଶେଷକରି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ସେ ଅନେକ ମଞ୍ଚରେ ମୁହାଁମୁହିଁ ହେଇଥାନ୍ତି । ଗୌରବ ବଲ୍ଲଭ ଜଣେ ଅର୍ଥନୀତି ପ୍ରଫେସର ଏବଂ ବୃତ୍ତି ଅନୁଯାୟୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ବିଗତ ଅନେକ ବର୍ଷ ଧରି କଂଗ୍ରେସ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରୁଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଦୟପୁରରୁ ନିର୍ବାଚନ ଲଢିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀ ତରାଚନ୍ଦ୍ର ଜୈନଙ୍କ ଠାରୁ ୩୨ହଜାର ଭୋଟରେ ପରାଜିତ ହୋଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories