www.samajalive.in
Sunday, December 14, 2025
18.1 C
Bhubaneswar

ଜଙ୍ଗଲ ଜମିକୁ ରାତିଅଧିଆ ଜେସିବି ଲଗାଇ ଜବର ଦଖଲ ଅଭିଯୋଗ, ୨ ଗିରଫ 

କଣ୍ଟାବାଞ୍ଜି : ରାତିଅଧିଆ ଜେସିବି ମେସିନ ଲଗାଇ ଜବର ଦାଖଲ ଅଭିଯୋଗରେ ୨ ଜଣ ଗିରଫ । କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହୁଲପାଟି ଫରେଷ୍ଟ ବିଟ ବୁଢ଼ୀବାହାଲ ଗାଁର ପ୍ରାୟ ୨/୩ କିଲୋମିଟର ଦୂର ରାଜୁ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମଧ୍ୟରାତ୍ରରେ ଜେସିବି ମେସିନ ଲଗାଇ ୨ ଜଣ ଜଙ୍ଗଲଜମି ସଫା କରି ସମତଲ କରି ଚାଷଜମି କରୁଥିବାବେଳେ ବନ ବିଭାଗ ସ୍କ୍ୱାର୍ଡଙ୍କ ହାତରେ ଧରାପଡିଥିଲେ । ଘଟଣାସ୍ଥଳରୁ ମହୁଲପାଟି ଗାଁର ମାଧବ ପାଣ୍ଡେ ଏବଂ ବୁଢ଼ୀବାହାଲ ଗାଁର ଜେସିବି ଚାଲକ ପ୍ରେମାନନ୍ଦ ସାଣ୍ଡକୁ ଗିରଫ କରିବା ସହ ଜେସିବି ମେସିନକୁ ଜବତ କରାଯାଇଛି ।

ସୂଚନା ମତେ ମହୁଲପାଟି ଗାଁର ମାଧବ ପାଣ୍ଡେ ଗତକାଲି ରାତିରେ ବୁଢ଼ୀବାହାଲ ଗାଁର ଜେସିବି ଚାଳକ ପ୍ରେମାନନ୍ଦଙ୍କୁ ଡାକି ଜେସିବି ମେସିନ ସାହାଯ୍ୟରେ ରାଜୁସଂରକ୍ଷିତ ଜଙ୍ଗଲ ସଫା କରି ଜମିରେ ଥିବା ଛୋଟବଡ ଗଛକାଟି ଚାଷ ଜମିରେ ପରିଣତ କରି ଜବର ଦଖଲ କରିବା ପାଇଁ ଯୋଜନା କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ । ଦିନକୁ ଦିନ ଅବୈଧ ଭାବରେ ତୁରେକେଲା ଅଞ୍ଚଳ ସଂରକ୍ଷିତ ଜଙ୍ଗରେ ଜୋରଜବରଦସ୍ତ ଜଙ୍ଗଲ ଜମି ଜବରଦଖଲ କରି କପା ଚାଷ କରି ମାଲାମାଲ ହେଉଥିବା ନଜିର ରହିଛି ।

- Advertisement -

ଆଜି ଉଭୟ ଗିରଫ ହୋଇଥିବା ୨ ଜଣଙ୍କୁ ଜଙ୍ଗଲ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅପରାହ୍ନରେ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି । ପ୍ରେଟ୍ରୋଲିଂ ସ୍କ୍ୱାର୍ଡରେ କଣ୍ଟାବାଞ୍ଜି ହେଡକ୍ୱାଟର ଫରେଷ୍ଟର କାମେଶ୍ୱର ତାଣ୍ଡି, ମହୁଲପାଟି ବିଟ ଫରେଷ୍ଟର ନାପ ହରପାଳ, ଗାର୍ଡ ପରମାନନ୍ଦ ମାଝୀ, ପ୍ରଦୀପ ମାଝୀ ପାରା ସ୍କ୍ୱାର୍ଡ ପରମାନନ୍ଦ ଭାଟି, ଜଳ ବଂଛୋର, ଧନେଶ୍ୱର ମାଝୀ ପ୍ରମୁଖ ପେଟ୍ରୋଲିଙ୍ଗରେ ଥିବା ରେଞ୍ଜର ସିଦ୍ଧାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories