www.samajalive.in
Sunday, December 7, 2025
26.1 C
Bhubaneswar

କେଉଁ ବାରରେ କେଶ କାଟିଲେ ମିଳେ ଶୁଭଫଳ ,କେଉଁ ବାରରେ ହୁଏ ଆୟୁଷହାନୀ..

ହିନ୍ଦୁ ଧର୍ମରେ ଏପରି କେତେକ ନିୟମ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଜୀବନରୁ ସମସ୍ୟା ଦୂର ହୋଇଥାଏ। ମାତ୍ର କିଛି ନିୟମର ଅଣଦେଖା କରିବା ଦ୍ୱାରା କିମ୍ବା ଅବମାନନା କରିବା ଦ୍ୱାରା ଜୀବନରେ ଦୁଃଖ କଷ୍ଟ ଲାଗି ରହିଥାଏ। ଦୈନନ୍ଦିନ ଜୀବନରେ କରାଯାଉଥିବା କିଛି କାର୍ଯ୍ୟ ଯେପରି ନଖ, କେଶ କେଉଁ ବାରରେ କାଟିବା ଦ୍ୱାରା କି ଫଳ ମିଳେ ଜାଣନ୍ତୁ..

ଧାର୍ମିକ ମାନ୍ୟତା ଅନୁଯାୟୀ, ସୋମବାର ଦିନ ପ୍ରଭୁ ମହାଦେବଙ୍କୁ ସମର୍ପିତ। ଏହି ଦିନ କେଶ-ଦାଢି କାଟନ୍ତୁ ନାହିଁ। ଏହି ବାରରେ କେଶ-ଦାଢି କାଟିବା ଶୁଭଙ୍କର ନୁହେଁ। ଏହାଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ।

- Advertisement -

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ସମର୍ପିତ। ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ଆୟୁଷ ହ୍ରାସ ହୋଇଥାଏ ବୋଲି କୁହାଯାଏ।

ବୁଧବାର ଦିନ କେଶ-ଦାଢି କାଟିବା ଦ୍ୱାରା ଘରେ ଉନ୍ନତି ହେବା ସହ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜୀବନରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ଧାର୍ମିକ ମାନ୍ୟତା ଅନୁଯାୟୀ, ଗୁରୁବାର ଦିନ କେଶ କାଟିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ସୌଭାଗ୍ୟ ର୍ଦୁଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ଧନ କ୍ଷୟ ହୋଇଥାଏ। ମାନ-ସମ୍ମାନ ମଧ୍ୟ ହାନୀ ହୋଇଥାଏ।

ଶୁକ୍ରବାର ଦିନ କେଶ କାଟିବା ଶୁଭଙ୍କର। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ସର୍ବଦା ସୁଖଶାନ୍ତି ରହିଥାଏ। କର୍ମକ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।

ଶନିବାର ନ୍ୟାୟର ଦେବତା ଶନିଦେବତାଙ୍କୁ ସମର୍ପିତ। ଏହି ଦିନ ଭୁଲ୍‌‌ରେ ମଧ୍ୟ କେଶ, ନଖ ଆଦି କାଟିବା ଉଚିତ୍‌‌ ନୁହେଁ। ଏହା ଅଶୁଭ। ଏହାଦ୍ୱାରା ଆର୍ଥିକ ଓ ମାନସିକ କଷ୍ଟ ଭୋଗିବାକୁ ପଡିଥାଏ।

ଅଧିକାଂଶ ଲୋକେ ରବିବାର ଛୁଟି ଦିନ ହୋଇଥିବାରୁ ଏହି ଦିନ କେଶ-ଦାଢି କାଟି ଥାଆନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ରବିବାର ଦିନ କେଶ କାଟିବା ଦ୍ୱାରା ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଆତ୍ମବିଶ୍ୱାସ ହ୍ରାସ ପାଇଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଲାଗି ରହିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories