www.samajalive.in
Sunday, December 14, 2025
26.1 C
Bhubaneswar

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ବିରି ବାଡ଼ି ଛକରେ ଏକ ମୋଟରସାଇକେଲକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଗୋଳନ୍ଥରା ଥାନା ଅନ୍ତର୍ଗତ ବାଇଗଣ ବାଡି ଗ୍ରାମର ସୁନିଲ କୁମାର ପାତ୍ର ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ ସୁନିଲ କୌଣସି କାମରେ ନିଜର ମୋଟରସାଇକେଲ (ଓଡି ୦୭ ଏ ଜେ ୩୩୨୧) ଯୋଗେ ଚିକିଟି ବାହାରିଥିଲେ। ପ୍ରାୟ ଦିନ ସାଢେ଼ ଦଶଟାବେଳେ ବିରି ବାଡି ଛକଠାରେ ସୁନିଲଙ୍କ ମୋଟରସାଇକେଲକୁ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତ ସୁନିଲଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ସୁନିଲଙ୍କ ଅପରାହ୍ନ ୩ ଟା‌ ବେଳେ ମୃତ୍ୟୁ ଘଟିଥିଲା। ଘଟଣା ନେଇ ସୁନିଲଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ମେଡିକାଲରେ ମୃତଦେହ ଜବତ କରିବା ସହ ୧୪୯/୨୪ ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୁଲିସ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories