www.samajalive.in
Saturday, December 13, 2025
26.1 C
Bhubaneswar

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ ସଦର:  ଜିଲା ପରିଷଦ ଉପସଭାପତି କେଦଣ୍ଡଧର ସାହୁ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ପରେ ବିଜେଡି ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ବିଜୁ ଜନତାଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ନିକଟକୁ ଇମେଲ ଯୋଗେ ପଠାଇ ଦେଇଥିବା ସମ୍ବାଦିକ ସମମ୍ମିଳନୀ ରେ ପ୍ରକାଶ କରିଛନ୍ତିି ।

ହର୍ଷବର୍ଦ୍ଧନ ୨୦୧୩ ମମସିହାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ । ଦଳ ପ୍ରତି ଆନୁଗତ୍ୟ ରହିବା ସହିତ ସଂଗଠନ ପାଇଁ କଠିନ ପରିଶ୍ରମ କରିବା ସତ୍ତ୍ୱେ ଶୀର୍ଷ ନେୃତୃତ୍ୱଙ୍କ କ୍ରମାଗତ ଅବହେଳା ପାଇଁ ଦଳ ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ସେ କେଉଁ ଦଳକୁ ଯିବେ ବୋଲି ସମ୍ବାଦିକଙ୍କ ପ୍ରଶ୍ନରେ ଏବେ ମନସ୍ଥିର କରି ନାହିଁ , ନିଷ୍ପତି ନେଲେ ଜଣାଇବି ବୋଲି ପ୍ରକାଶ କରିଛନ୍ତି ।

- Advertisement -

ହର୍ଷ ବର୍ଦ୍ଧନ ୨୦୧୩ରେ ଦଳରେ ଯୋଗ ପରଠାରୁ ୨୦୧୭, ୨୦୨୨ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୪ ଓ ୨୦୧୯ ସାଧାରରଣ ନିର୍ବାଚନରେ ଦଳ ପାଇଇଁ କାମ କରିଛନ୍ତି । ଜଣକ ପରେ ଜଣେ ନେତା ଦଳ ଛାଡିବା ଭୋଟରଙ୍କ ନିକଟକୁ ନକରାତ୍ମକ ବର୍ତ୍ତା ଦେଉଥିବା ସାଧାରଣରେ ଆଲୋଚିତ ହେଉଛି । ହର୍ଷବର୍ଦ୍ଧନ ହେଉଛନ୍ତି ଢେଙ୍କାନାଳ ରାଜପରିବାର ସଦସ୍ୟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କ ପୁତୁରା । ସେ ଢେଙ୍କାନାଳ ବିଧାନସଭା ଆସନ ପାଇଁ ଟିିକେଟ ଆଶାୟୀ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories