www.samajalive.in
Sunday, December 14, 2025
15.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ଆର୍‌ଆଇ ଅଫିସ କୋଠା: ଅସୁରକ୍ଷିତ କର୍ମଚାରୀ ଓ ରେକର୍ଡପତ୍ର

ଲାଞ୍ଜିଗଡ଼: ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ଭାବେ କଳାହାଣ୍ଡି ଜିଲା ଲାଞ୍ଜିଗଡ ତହସିଲର ପରିଚୟ ରହିଛି । ରାଜାରାଜୁଡା ଅମଳରୁ ଜମିଜମା ରେକର୍ଡ ସଂରକ୍ଷଣ ସହିତ ଜମିଜମା ବନ୍ଦୋବସ୍ତରେ ଏହି ତହସିଲ କାର୍ଯ୍ୟାଳୟ ଆଗୁଆ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ତହସିଲର ବିଭିନ୍ନ ରାଜସ୍ୱ ଗାଁରେ ତହସିଲ ସେବା ପହଞ୍ଚାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ବହୁ ମୂଲ୍ୟବାନ ଜମି ଓ ରେକର୍ଡପତ୍ରର ସଂରକ୍ଷଣ ଦାୟିତ୍ୱରେ ଥିବା ଲାଞ୍ଜିଗଡ ତହସିଲ ଅଞ୍ଚଳରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡିକର ଦୁର୍ଦ୍ଦଶା ଦେଖିଲେ ଆଖିକୁ ବିଶ୍ୱାସ ହେଉନାହିଁ ।

ଲାଞ୍ଜିଗଡ଼ ବ୍ଲକ ତହସିଲ ଅନ୍ତର୍ଗତ ସବୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ଭଙ୍ଗାଦଦରା ହୋଇ ପଡିରହିଛି । ମରାମତି, ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଅଭାବରୁ ତହସିଲର ଏକାଧିକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ବିପଦସଂକୁଳ ଘରେ ଚାଲିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଶିଳ୍ପାଞ୍ଚଳ ଲାଞ୍ଜିଗଡରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ, ଆର୍‌ଆଇ କାର୍ଯ୍ୟାଳୟ ବିପଦକୁ ହାତଠାରି ଡାକୁଥିବାବେଳେ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟାଳୟରେ ବସୁଛନ୍ତି । ଶତାଧିକ ବର୍ଷର ଭଙ୍ଗାଦଦରା ଓ ବିପଦସଂକୁଳ ରାଜସ୍ୱ ବଙ୍ଗଳାରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ସହିତ ଲାଞ୍ଜିଗଡ ଓ ନଙ୍ଗଲବେଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ଥିବା ଶୌଚାଳୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଢୁଛି।

- Advertisement -

ନଙ୍ଗଳବେଡାଠାରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ବିପଦସଂକୁଳ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ନୂତନ କାର୍ୟ୍ୟାଳୟ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିପରି ବିଶ୍ୱନାଥପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବାରମ୍ବାର ମରାମତି ସତ୍ତ୍ୱେ ଅବସ୍ଥା ସୁଧୁରୁନଥିବାରୁ ବିଶ୍ୱନାଥପୁରଠାରେ ଥିବା ପୁରୁଣା ତହସିଲ କାର୍ଯ୍ୟାଳୟରେ ଏହା କାର୍ୟ୍ୟ କରୁଛି । ସେହିପରି ସ୍ଥାନାଭାବରୁ ବିଜେପୁର ଓ ବନ୍ଧପାରି ଦୁର୍ଗମ ଅଞ୍ଚଳର ରାଜସ୍ୱ କାର୍ଯ୍ୟାଳୟ ମଧ୍ୟ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ପୁରୁଣା ତହସିଲ କାର୍ଯ୍ୟାଳୟରେ ଚାଲୁଥିବାବେଳେ ବିଜେପୁର ଓ ବନ୍ଧପାରି ଅଞ୍ଚଳର ଲୋକେ ଯେ କୌଣସି କାର୍ୟ୍ୟ ପାଇଁ ବାରମ୍ବାର ୪୦ କିମି ଦୂର ବିଶ୍ୱନାଥପୁର ଦୌଡିବା ସାର ହେଉଛି । ଲାଞ୍ଜିଗଡରୋଡଠାରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟ ମଧ୍ୟ ବିପସଂକୁଳ ଅବସ୍ଥାରେ ଥିବାବେଳେ ଆଜି ପର୍ୟ୍ୟନ୍ତ ଏହାର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।
ସରକାର ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଉପଲବ୍ଧ କରାଇବା ସହିତ ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ତହସିଲ ପକ୍ଷରୁ ଗାଁ ଗାଁରେ ରାଜସ୍ୱ ସେବା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଁ ଯାଇଥିବା ବେଳେ ଗ୍ରାମାଞ୍ଚଳରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ପ୍ରୟାସ ରହିଥିଲା। ଏହି ପରିପ୍ରେକ୍ଷୀରେ ଗତ ୨୦୨୧ ଜୁନ ୧୮ ତାରିଖରେ ଲାଞ୍ଜିଗଡ ବ୍ଲକରେ ଗୋଟିଏ ଦିନରେ ଭଟାଙ୍ଗପଦର ଓ ମୁଷାନାଳଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ଦ୍ୱାରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିବାବେଳେ ଭଟାଙ୍ଗପଦର ନୂତନ କାର୍ଯ୍ୟାଳୟରେ କାର୍ଯ୍ୟ ଚାଲୁଥିବା ବେଳେ ମୂଷାନାଳ ନୂତନ କାର୍ଯ୍ୟାଳୟ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ବିଶ୍ୱନାଥପୁରରେ ଥିବା ପୁରୁଣା ତହସିଲ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ କାର୍ଯ୍ୟ ଚାଲିଛି। ବିଜେପୁର, ମୂଷାନାଳ, ବନ୍ଧପାରି ଲୋକେ ବିଶ୍ୱନାଥପୁର ଦୌଡ଼ୁଛନ୍ତି। ଯେଉଁଠି ରାଜସ୍ୱ ନିରୀକ୍ଷକ ଓ ସେମାନଙ୍କ କାର୍ଯ୍ୟାଳୟ ସୁରକ୍ଷିତ ନୁହେଁ ସେଇଠି ଲୋକଙ୍କ ଜମିଜମାର ରେକର୍ଡପତ୍ର କେତେଦୂର ସୁରକ୍ଷିତ ରହିବ ଏନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ତତ୍କାଳୀନ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା କହିଥିଲେ ଯେ ଆମେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଉପର ଅଧିକାରୀଙ୍କୁ ଚିଠି କରିଛୁ। ଅତି କମ ଦିନ ମଧ୍ୟରେ ପ୍ରଥମେ ଲାଞ୍ଜିଗଡ ଓ ଲଙ୍ଗଳବେଡାଠାରେ ନୂତନ ଭାବେ ଅଫିସ ଗୃହ ନିର୍ମାଣ କରାଯିବ। କିନ୍ତୁ ଇତି ମଧ୍ୟରେ ୪ ବର୍ଷ ବିତିଗଲାଣି କୌଣସି ସୁଫଳ ମିଳିଲା ନାହିଁ। ବର୍ତ୍ତମାନ ତାଙ୍କ ବଦଳି ପରେ ଲାଞ୍ଜିଗଡ଼ ବ୍ଲକରେ ତହସିଲଦାର ଭାବେ କିରଣ କୁମାର ମହାନ୍ତି ଯୋଗ ଦେଇଛନ୍ତି। ଏଣୁ ଏଥିପ୍ରତି ତହସିଲଦାର ଶ୍ରୀ ମହାନ୍ତି, ରାଜ୍ୟ ସରକାର ତଥା ରାଜସ୍ୱ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories