ଭିଜିଲାନ୍ସ ଦାବି ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସାମ୍ବାଦିକ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତରେ ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ବିଡ଼ିଓ ମନୀଷା ଦାସଙ୍କ ଜରିଆରେ ଭିଜିଲାନ୍ସ ତଦନ୍ତ ପାଇଁ ସାମ୍ବାଦିକ ମାନେ ଲିଖିତ ଅଭିଯୋଗ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଧାମୁଣିପଙ୍ଗା ପଞ୍ଚାୟତରେ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଛି। କତାଗୁଡା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରେ ୫ଟି କାର୍ଯ୍ୟରେ , ମନରେଗା ୧୪ସିଏଫସି ,୧୫ଏସଏଫସି ,ମୋ ସ୍କୁଲ ଯୋଜନା, ଆମ ଓଡ଼ିଶା ନବୀନ ଓଡିଶା ,ବିଜୁ କେବିକେ କାର୍ଯ୍ୟ ଗୁଡିକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ବିଡ଼ିଓଙ୍କ ଜରିଆରେ ଭିଜିଲାନ୍ସ ବିଭାଗକୁ ତଦନ୍ତ କରିବାକୁ ସାମ୍ବାଦିକ ମାନେ ଲିଖିତ ଦେଇଛନ୍ତି। ଏ ବିଷୟରେ ବିଡ଼ିଓ ମନୀଷା ଦାସ କହିଛନ୍ତି ଯେ ଏହାର ତଦନ୍ତ କରିବି। ଆପଣ ମାନେ ଦେଇଥିବା ଅଭିଯୋଗକୁ ଭିଜିଲାନ୍ସ ନିକଟକୁ ପଠାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ କଲ୍ୟାଣସିଂହପୁର ବ୍ଲକର ୧୫ଜଣ ସାମ୍ବାଦିକ ଉପସ୍ଥିତ ରହିଥିଲେ।
Comments are closed.