www.samajalive.in
Saturday, December 13, 2025
21.1 C
Bhubaneswar

ତୁଳସୀ ବୃକ୍ଷ ନିକଟରେ କ’ଣ ରଖିବେ ନାହିଁ : ନଚେତ୍‌‌ ହେବ ଏହି ସମସ୍ୟା..

ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଏ। ତୁଳସୀଙ୍କ ସହ ଜଡିତ କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଘରେ ଟଙ୍କାର ଅଭାବ ହୋଇନଥାଏ। ଜୀବନରେ ଥିବା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ତୁଳସୀଙ୍କ ନିକଟରେ କେଉଁ ଜିନିଷ ରଖିବା ଉଚିତ୍‌‌ ନୁହେଁ ଜାଣନ୍ତୁ..
ଧାର୍ମିକ ମାନ୍ୟତା ଅନୁଯାୟୀ, ତୁଳସୀ ବୃକ୍ଷ ଭଗବାନ ବିଷ୍ଣୁଙ୍କୁ ଖୁବ୍‌‌ ପ୍ରିୟ। ପ୍ରଭୁଙ୍କ ପୂଜା କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

ମାତ୍ର ତୁଳସୀଙ୍କ ସହ ଜଡିତ କିଛି ନିୟମ ପାଳନ କରିବା ଆବଶ୍ୟକ। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

- Advertisement -

ତୁଳସୀ ବୃକ୍ଷ ନିକଟରେ କଦାପି ଜୋତା-ଚପଲ ରଖିବା ଉଚିତ୍‌‌ ନୁହେଁ। ଏପରି କରିବା ଦ୍ୱାରା ତୁଳସୀଙ୍କ ଅପମାନ ହୋଇଥାଏ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଏହାସହ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ବାସ୍ତୁ ଅନୁସାରେ ତୁଳସୀ ବୃକ୍ଷ ନିକଟରେ କଦାପି କଣ୍ଟାଯୁକ୍ତ ବୃକ୍ଷ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପରିବାରରେ ସମସ୍ୟା ଦେଖାଯାଏ।

ତୁଳସୀ ବୃକ୍ଷ ନିକଟରେ ଭୁଲ୍‌‌ରେ ମଧ୍ୟ ଝାଡୁ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଅବମାନନା ହୋଇଥାଏ।
ତୁଳସୀଙ୍କ ନିକଟରେ ଝାଡୁ ରଖିବା ଦ୍ୱାରା ଘର-ପରିବାର ଲୋକଙ୍କ ମଧ୍ୟରେ କଳହ ହୋଇଥାଏ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଟଙ୍କାର ଅଭାବ ଲାଗି ରହେ।

ତୁଳସୀ ବୃକ୍ଷ ଅଗଣାରେ ଥିଲେ, ଅଗଣାକୁ ଭଲ ଭାବେ ସଫା କରନ୍ତୁ। ତୁଳସୀଙ୍କ ନିକଟରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories