www.samajalive.in
Saturday, December 6, 2025
26.1 C
Bhubaneswar

ହାଇୱା ଧକ୍କାରେ ବାଇକ ଚାଳକ ଗୁରୁତର ଘଟଣା ; ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର ଘଟଣାରେ ଚିକିତ୍ସିତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚାଳକଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ ରବିବାର ସନ୍ଧ୍ୟା ପ୍ରାୟ ୯ ଘଣ୍ଟା ସମୟରେ ରାୟଗଡା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ କାସେର ଗ୍ରାମର ରାମଚନ୍ଦ୍ର ବାଗ (୪୫) ନିଜ ଗାଁରୁ ଲାଞ୍ଜିଗଡ ନିକଟସ୍ଥ ଜଗନ୍ନାଥପୁର ଶଶୁର ଘରକୁ ବାଇକରେ ଆସୁଥିବା ସମୟରେ ୬ ନଂ ରାଜ୍ୟ ରାଜପଥ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ସ୍ଥିତ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ କୌଣସି ହାଇୱା ଧକ୍କାରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାମଚନ୍ଦ୍ରର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
ସୋମବାର ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ଏବଂ ବୁର୍ଲାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶବଦାହ କରାଯାଇଥିଲା। ଏନେଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମକୁ ପଚାରିବାରୁ ଗୁରୁତର ରାମଚନ୍ଦ୍ରଙ୍କ ବୁର୍ଲାଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ହରିଶ୍ଚନ୍ଦ୍ର ଯୋଜନା ଓ ସରକାରଙ୍କ ଯାହା ସହାୟତା ପ୍ରକ୍ରିୟା ଅଛି ତାହା ପରିବାର ଲୋକଙ୍କୁ ମିଳିବ ବୋଲି ପ୍ରକାଶ କରିଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱା ଜବତ କରିବା ସହିତ ବିଶ୍ୱନାଥପୁର ଥାନା କେଶ ନଂ ୨୬/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories