www.samajalive.in
Sunday, December 14, 2025
19.1 C
Bhubaneswar

ଭୁଶୁଡି ପଡିଲା ଚଟାଣ: ମାଟି ଭିତରେ ଧସିଗଲେ ଯୁବତୀ, ସିସିଟିଭିରେ ହେଲା କଏଦ

ନୂଆଦିଲ୍ଲୀ :  ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସପିଂ ମଲର ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିରେ ଜଣେ ମହିଳା ଅଚାନକ ଭୂମି ସହ ଭୁଶୁଡି ପଡୁଛନ୍ତି । ତେବେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

- Advertisement -

ଘଟଣାଟି ଚାଇନାର ଝୋଜିୟାଙ୍ଗର । ଏଠାରେ ଏକ ସପିଂ ମଲରେ ଜଣେ ଯୁବତୀ ଅଚାନକ ଭୂମି ସହିତ ତଳକୁ ଖସିପଡୁଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହା ପଛର କାରଣ ଜାଣିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । ମହିଳା ଜଣକ ହାତରେ କିଛି ବ୍ୟାଗ୍ ଧରିଛନ୍ତି ଏବଂ ଅଚାନକ ତାଙ୍କ ପାଦ ତଳୁ ଭୂମି ଖସିଯାଉଛି । ଘଟଣାଟି ୨୩ ମାର୍ଚ୍ଚର ଏବଂ ସିସିଟିଭିରେ ଏହା କଏଦ ହୋଇଯାଇଛି ।

ଏହି ଦୁର୍ଘଟଣାରେ ଯୁବତୀଙ୍କ ଗୋଡ ଭାଙ୍ଗିଯାଇଛି । ତାଙ୍କର ଚିକିତ୍ସା ଚାଲିଛି । ସେ କିଣାକିଣି କରିବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା । ତେବେ ସପିଂ ମଲର ମ୍ୟାନେଜର କହିଛନ୍ତି କି କାନ୍ତୁ ଦୁର୍ବଳ ଥିବାରୁ ଚଟାଣ ଭୁଶୁଡି ପଡିଥିଲା ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories