www.samajalive.in
Saturday, December 13, 2025
26.1 C
Bhubaneswar

ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୮୯ତମ ପୁଲିସ ପ୍ରତିଷ୍ଟା ଦିବସ ପାଳିତ

 ଗଞ୍ଜାମ : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୮୯ତମ ପୋଲିସ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁର୍ଗପତି ଶରଦା ପ୍ରସାଦ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ସିପାହୀ ମାନଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିଵାଦାନ ଗ୍ରହଣ କରିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ। ପୁଲିସମାନଙ୍କ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟକୁ ଠିକ ଭାବେ ପାଳନ କରିବା ପାଇଁ ଦୁର୍ଗପତି ଶ୍ରୀ ଦାଶ ଉପସ୍ଥିତ ପୋଲିସ ବାହିନୀକୁ ପରାମର୍ଷ ଦେଇଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ ପ୍ରତିକୂଳ ପରିବେଷରେ ନିଜ ଜୀବନଙ୍କୁ ବାଜି ଲଗାଇ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ହାବିଲଦାର ରୁବନ କୁମାର ପଣ୍ଡା ଓ ସିପାହୀ ସୁରେନ୍ଦ୍ର ବେହେରା ଙ୍କୁ ନିଜର କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା। ଉପ ଦୁର୍ଗପତି ପ୍ରଫୁଲ କୁମାର ସିଂ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ପ୍ୟାରେଡ କମାଣ୍ଡେଣ୍ଟ ସୁବେଦାର ଦେବାଶିଷ ସ୍ୱାଇଁ, ପ୍ୟାରେଡ ଓ ଆଇ ସି ସୁବେଦାର ପ୍ରଫୁଲ କୁମାର ସେଠୀ, ପ୍ୟାରଡ଼ ଏଡିଜେଡି ସୁବେଦାର ରଞ୍ଜିତ କୁମାର ଲେଙ୍କା, ସ୍ପେସିଆଲ ଅଫିସର ଯୁଧିଷ୍ଠିର ରେଡି ଙ୍କ ନେତୃତ୍ୟରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ଅଗସ୍ତି ନୁଆଁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକ ବୋଧକ ସମ୍ପର୍କିତ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ୟାରେଡ ରେ ତିନି ପ୍ଳାଟୁନ ଓ ବାଦ୍ୟକାର ଦଳ ଅଂଶ ଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories