www.samajalive.in
Friday, December 12, 2025
17.1 C
Bhubaneswar

ବାପମା’ ଛେଉଣ୍ଡ ଯୁବକଙ୍କ ବାହାଘର କଲେ ଆଦିବାସୀ ସମ୍ପ୍ରଦାୟ, ଝୁରୁକା ନାଚ ତାଳେ ତାଳେ ବିବାହ ସମ୍ପନ୍ନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବାରିଆପଡ଼ା ଗାଁର ବାପା ମାଆ ଛେଉଣ୍ଡ ଅନାଥ ଯୁବକଙ୍କୁ ଆଜି ନିଜ ଆଦିବାସୀ ପରମ୍ପରା ରୀତିନୀତି ନିୟମ ଅନୁଯାୟୀ  ଗ୍ରାମଦେବୀ ଠାରେ ପୂଜା ପାଠ କରି ଗାଁ ଲୋକମାନେ ବାହାଘର କରିଥିବା ଦେଖିବାକୁ ମିଳିଛି।
 ବାପା ଓ ମାଆ ନିଜର ଏକ ମାତ୍ର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଆର ପାରିକୁ ଚାଲି ଯାଇଥିଲେ । ଆଉ ଅନାଥ ହୋଇ ଯାଇଥିଲେ ନରେଶ। ପରେ ଗାଁ ଲୋକମାନଙ୍କ ସାହାଯ୍ୟରେ ଲାଳନପାଳନ ହୋଇ ବଞ୍ଚି ଆଜି ସେ ବଡ ହୋଇ ବାହା ହୋଇ ହାତକୁ ଦୁଇ ହାତ ହୋଇଛନ୍ତି ।
ବାରିଆପଡା ଗ୍ରାମର ମୁଖିଆ ସମେତ ଗ୍ରାମର ନୀଳକଣ୍ଠ କାଡ୍ରାକା, କାମେଶରାଓ ପ୍ରାସ୍କା, ରେଲି କାଡ୍ରାକା, କାମେଶରାଓ କାଡ୍ରାକା ପ୍ରମୁଖ  ଉକ୍ତ ପଞ୍ଚାୟତ ଶିକପଦର ଗ୍ରାମର ତସ୍ତ କୁଲେସିକାଙ୍କ  ଝିଅ  ଲକ୍ଷ୍ମୀ କୁଲେସିକାକୁ  ଦେଖି ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରାଇଥିଲେ । ଝୁରୁକା ନାଚ ତାଳେ ତାଳେ ବିବାହ ସମ୍ପନ୍ନ କରିଥିଲେ।
ଗରିବ ବେସାହାରା ବିଚାରା ନରେଶ କାଡ୍ରାକା। ନରେଶ ବର୍ତ୍ତମାନ ଭଙ୍ଗା ଦଦରା ଚାଳ ଛପର କୁଡ଼ିଆ ଘରେ ଜୀବନ କାଟୁଛନ୍ତି। ବର୍ତ୍ତମାନ ବିବାହ ହୋଇ ଭଙ୍ଗା ଦଦରା ଘରେ ରହି କେମିତି ସଂସାରିକ ଜୀବନ କଟାଇବେ ବୋଲି ସେଥିନେଇ ଚିନ୍ତା ପ୍ରକଟ କରିଛନ୍ତି। ଗ୍ରାମବାସୀ ଓ ପଞ୍ଚାୟତ ବାସୀ ସରକାରଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories