www.samajalive.in
Friday, December 12, 2025
23.1 C
Bhubaneswar

ବୁଲାଣିରେ ମୋରମ ସାଜିଛି ଦୁର୍ଘଟଣାର କାରଣ, ଲୋକେ ହଇରାଣ

ଲଡୁଗାଁ: କଳାହାଣ୍ଡି ଜିଲାର ଚର୍ଚ୍ଚିତ ବ୍ୟବସାୟ ନଗରୀ ଓ କଳାବଜାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେଉଥିବା ଲଡୁଗାଁ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥାଏ। କେତେବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ କେଳେଙ୍କାରୀ ପ୍ରସଙ୍ଗ ହେଉ କି ରାଜନୀତି ହେରାଫେରୀ, ସାର କଳାବଜାର ହେଉ କି ଜମି ଜବରଦଖଲ ଏମିତି ଅନେକ ପ୍ରକାର ଗୋରଖଧନ୍ଦାରେ ଲିପ୍ତ ଥିବା କଳାବଜାରୀ ଏଠି ଲୋକଙ୍କୁ ଠକି ଆସିଛନ୍ତି । ଇତି ମଧ୍ୟରେ ଆସେ ରାସ୍ତା ନିର୍ମାଣ ଓ ମରାମତି ପ୍ରସଙ୍ଗ । କାଉଡୋଳାଠାରୁ ସୁନାମାଲ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଭାରୀ ଜାନ, ଭିଡ଼ ଓ ବୁଲାଣୀ ବେଶୀ ରହିଛି । ବହୁତ ଦିନରୁ ରାସ୍ତା ମରାମତି ହେଉ ନ ଥିଲା । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । କେତେବେଳେ କଲେଜ ଛକରେ ଦୁର୍ଘଟଣା ଘଟୁଥିଲା ତ ଆଉ କେତେବେଳେ କୁସୁମଖୁଣ୍ଟି ବୁଲାଣିରେ ଭାରୀ ଯାନ ଓଲଟି ପଡୁଥିଲା । ତାହାର ମରାମତି ହେଲା। ଲୋକେ ଆଶ୍ବସ୍ତି ଅନୁଭବ କଲେ। ପୁଣି ଏବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅଭିଯୋଗ ଅନୁସାରେ ଲଡୁଗାଁ ରାସ୍ତାକଡ଼ ସମତୁଲ କରିବା ପାଇଁ ଦିଆଯାଇଥିବା ମୋରମ ଠିକ ଭାବେ ଦିଆ ନ ଯାଇ ଭିନ୍ନ ଭିନ୍ନ ଜାଗାରେ ଯେଣତେଣ ପ୍ରକାରେଣ ପକାଇ ନିମ୍ନମାନର କାମ ସାରିଦେଇଥିବା କୁହାଯାଉଛି। ଯାହାଦ୍ୱାରା ବୁଲାଣିରେ ଗାଡ଼ି ଖସି ଅନେକାଂଶ ଗୁରୁତର ଆହତ ହୋଇଥିବାବେଳେ କେହି କେହି ବର୍ତ୍ତି ଯାଇଥିବା କୁହାଯାଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କ ପିସି କାରବାର ଯୋଗୁଁ ଏଭଳି ନିମ୍ନ ମାନର କାମ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଅଧିକାଂଶ ସମୟରେ ଅନେକ ଜାଗାରେ ନିମ୍ନମାନର କାମ ହେଉଥିବା ଓ ବିଭାଗୀୟ ଅଧିକାରୀଙ୍କ ପିସି କାରବାର କଥା ଚର୍ଚ୍ଚାକୁ ଆସିଥାଏ । ଏହାର ବିଧିବଦ୍ଧ ତଦନ୍ତ ଯଦି ହୁଅନ୍ତା ତେବେ ଠିକାଦାରମାନଙ୍କ କାର୍ପଟଦାର ସାଜିଥିବା ଅଧିକାରୀମାନଙ୍କ ଦୁର୍ନୀତି ମୁଖା ଖୋଲିଯିବ ବୋଲି ବୁଦ୍ଧିଜୀବୀ ମତପୋଷଣ କରନ୍ତି । ଏ ସଂକ୍ରାନ୍ତରେ ସତ୍ୟାସତ୍ୟ ଜାଣିବା ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବରିହାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories