www.samajalive.in
Wednesday, December 10, 2025
26.1 C
Bhubaneswar

ଚାରିପଟେ ମାଛି ! ତଥାପି ଲୋକେ ଖାଉଛନ୍ତି ଗୁପଚୁପ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଗୁପଚୁପ୍ ସମସ୍ତଙ୍କୁ ପସନ୍ଦ । ଛୋଟ ପିଲା ହେଉ ବା ବୟସ୍କ, ସମସ୍ତେ ଗୁପଚୁପ୍ ଖାଇବାକୁ ଭଲପାଆନ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ବା ଭିଡିଓ ଭାଇରାଲ ହୋଇଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୁପଚୁପ୍ ଠେଲା ଅନ୍ୟମାନଙ୍କଠାରୁ ଭିନ୍ନ ଲାଗୁଛି । ଏହାକୁ ଦେଖି ହୁଏତ କେହି ଲୋକ ଗୁପଚୁପ୍ ଖାଇବା ତ ଦୂରର କଥା ଦେଖିଲେ ଘୃଣା କରିପାରନ୍ତି ।

- Advertisement -

ସାମାଜିକ ଗଣମାଧ୍ୟମରେ ଏକ ଠେଲା ନିକଟରେ କିଛି ଲୋକ ଗୁପଚୁପ୍ ଖାଉଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ଭିନ୍ନ ଢଙ୍ଗରେ ବିକ୍ରି କରୁଛନ୍ତି ଠେଲା ଦୋକାନୀ । ଗୁପଚୁପର ଚକଟା ଆଳୁ ପାଶ୍ଚାତ୍ୟ ଦେଶ କମୋଡ୍ ଆକାରର ଏକ ବାସନରେ ରଖାଯାଇଛି । ଏହା ଚାରିପଟେ ମାଛି, ଅସରପା ଆଦିର ଷ୍ଟିକର ଲଗାଯାଇଛି । ପାଖରେ ଏକ ପାଣି ବାଲଟି ମଧ୍ୟ ରଖାଯାଇଛି ଏବଂ ମଗରେ ଖଟାପାଣି ଦିଆଯାଉଛି । ଏହାକୁ ଦେଖି କେହି ବି  ପ୍ରଥମେ ଘୃଣା କରିପାରନ୍ତି କିନ୍ତୁ ସମସ୍ତଙ୍କୁ ଏହାର ସ୍ବାଦ ବହୁତ ଭଲ ଲାଗୁଛି । ସେଥିପାଇଁ ଏଠାରେ ଭିଡ ଜମିଛି । ଇନଷ୍ଟାଗ୍ରାମରେ ଭିଡିଓଟି ଭାଇରାଲ ହେଉଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ଏହାକୁ ସେୟାର କରୁଛନ୍ତି । ଏହାକୁ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ଅନେକ ଲୋକ ପସନ୍ଦ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories