ଗୁଜବକୁ ସାବଧାନ ! ଆୟକର ସ୍ଲାବରେ ହୋଇନି କୌଣସି ପରିବର୍ତ୍ତନ, ସୂଚନା ଦେଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ କୁହାଯାଉଥିଲା କି ୧ ଏପ୍ରିଲରୁ ଇନକମ୍ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯିବ । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୁଜବ ବୋଲି କହିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି କି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନୂଆ କର ବ୍ୟବସ୍ଥା ସମ୍ପର୍କିତ ଭ୍ରମାତ୍ମକ ସୂଚନା ପ୍ରଦାନ କରାଯାଉଛି । ଏଥିପାଇଁ ସ୍ପଷ୍ଟ କରାଯାଉଛି କି ୧ ଏପ୍ରିଲରୁ ଆୟ କର ସ୍ଲାବରେ କୌଣସି ପରିବର୍ତ୍ତନ ହେଉନି । ଧାରା ୧୧୫ ବିଏସି(୧ଏ) ଅନୁସାରେ ନୂଆ କର ବ୍ୟବସ୍ଥାକୁ ଅର୍ଥ ଅଧିନିୟମ ୨୦୨୩ରେ ପୁରୁଣା କର ବ୍ୟବସ୍ଥା ତୁଳନାରେ ଆଗତ କରାଯାଇଥିଲା ।
It has come to notice that misleading information related to new tax regime is being spread on some social media platforms. It is therefore clarified that:
👉 There is no new change which is coming in from 01.04.2024.
👉 The new tax regime under section 115BAC(1A) was… pic.twitter.com/DtKGkK0D5H
— Ministry of Finance (@FinMinIndia) March 31, 2024
Comments are closed.