www.samajalive.in
Sunday, December 14, 2025
15.1 C
Bhubaneswar

ଓଡିଶୀ ଗୁରୁକୂଳ ଉତ୍ସବ: ଦର୍ଶକଙ୍କୁ ବିଭୋର କଲା ନୃତ୍ୟ ନାଟିକା ‘ଏଇ ଆମରି ଗାଁ’ 

ସୁଆଣ୍ଡୋ : ପୁରୀ-ଭୁବନେଶ୍ୱର  ୩୧୬ ନଂ ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟ ବୀର ଗୋବିନ୍ଦ ପୁର ବଡ ହାଟ ଗ୍ରାମରେ ଥିବା ରାମହରି ଦାସ ଗୁରୁକୂଳ ଅନୁଷ୍ଠାନ ପକ୍ଷରୁ ଓଡିଶୀ ଗୁରୁକୂଳ ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଗୁରୁ ଅରୁଣା ମହାନ୍ତି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟକୁମାର ଜେନା, ଗୁରୁକୁଳ ପ୍ରତିଷ୍ଠାତା ଗୁରୁ ରାମହରି ଦାସ, ଗୁରୁକୁଳ ସଂପାଦକ ହିମାଂଶୁ ଶେଖର ସ୍ୱାଇଁ ଯୋଗଦାନ କରିଥିଲେ।

ପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ  ଆରମ୍ଭ ହୋଇଥିଲା  । ଗୁରୁ ରବୀଶଙ୍କର ପ୍ରଧାନ ଏକକ  ସିତାର ବାଦନ ରାଗ ବସନ୍ତ ପରିବେଷଣ କରିଥିଲେ। ବେଙ୍ଗାଲୁରୁର ସରିତା ମିଶ୍ର’ ଆହେ ନୀଳଶଇଳ’ ଉପରେ ଆଧାରିତ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଭୁବନେଶ୍ୱରର କ୍ରିଏଟିଭ ମାସ୍ ପକ୍ଷରୁ  କୁମାର ଚନ୍ଦ୍ର ସେଠ ଓ ସାଥିମାନେ ‘ଏଇ ଆମରି ଗାଁ’ ନୃତ୍ୟ ନାଟିକା ପରିବେଷଣ  ଦର୍ଶକମାନଙ୍କୁ ବିଭୋର କରିଥିଲା  । ଡ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୁରୁକୂଳ ଅଧ୍ଯକ୍ଷ ଧନେଶ୍ଵର ସ୍ୱାଇଁ ଧନ୍ଯବାଦ ଅର୍ପଣ କରିଥିଲେ।

- Advertisement -

ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ଗୁରୁ ବିଜୟାନନ୍ଦ ନାୟକଙ୍କ ତତ୍ୱାବଧାନରେ ସୁଶ୍ରୀ ଶୁଭାସିନୀ ରାଉତ ଓ ନେହା ନିହାରିକା କର ଦ୍ୱୈତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗିତ ଗାନ କରିଥିଲେ  । ଭୁବନେଶ୍ୱରର ବାଦ୍ୟବାଣୀ ଗୁରୁକୂଳ ପକ୍ଷରୁ ଗୁରୁ ବିଶ୍ୱରଞ୍ଜନ ନନ୍ଦ ବାଦ୍ୟ ବିଚିତ୍ରା ପରିବେଷଣ କରିଥିବା ବେଳେ ଜାଗ୍ରୁତି କଲଚରାଲ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟ ( ଗ୍ଲାନି ସଂହାର  ) ପରିବେଷଣ କରାଯାଇ ଥିଲା  ।  ଭୁବନେଶ୍ୱର  ଉତ୍କଳ ସାହିତ୍ୟ ଓ କଳା ସଂସଦ ପକ୍ଷରୁ ପ୍ରସନ୍ନ କୁମାର ସାମନ୍ତ ଓ ତାଙ୍କ ସାଥିମାନେ ହାସ୍ୟ ରସାତ୍ମକ ପେଟେଣ୍ଟ ମେଡିସିନ ପରିବେଷଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories