www.samajalive.in
Sunday, December 14, 2025
26.1 C
Bhubaneswar

ଜାନୁଆରୀ ୫-୬ରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ୨୦୧୯ ବର୍ଷର ପ୍ରଥମ ମାସ ଜାନୁଆରୀ ୫-୬ରେ ପ୍ରଥମ ସୂର୍ଯ୍ୟପରାଗ ପଡୁଛି। ପୌଷ କୃଷ୍ଣ ଶନେଶ୍ୱରୀ ଅମାବାସ୍ୟା ଦିନ ଏହି ସୂର୍ଯ୍ୟପରାଗ ପଡୁଛି। ଏହି ସୂର୍ଯ୍ୟପରାଗ ଜାନୁଆରୀ ୫ ଅର୍ଦ୍ଧ ରାତିରୁ ଆରମ୍ଭ ହୋଇ ଜାନୁଆରୀ ୬ର ମଧ୍ୟାହ୍ନ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଶନୈଶ୍ୱରୀ ଅମାବାସ୍ୟା ଦିନ ପରାଗ ପଡୁଥିବାରୁ ସେହି ଦିନ ଦାନ, ଜପ, ପାଠ, ମନ୍ତ୍ର ଏବଂ ମନ୍ତ୍ର ପାଠ, ତୀର୍ଥସ୍ଥାନ ପରିଭ୍ରମଣ ଏବଂ ହୋମ ଯଜ୍ଞ ଆଦି ପୂଜାବିଦ୍ଧି କାର୍ଯ୍ୟକୁ ଶୁଭ ବିବେଚନା କରାଯିବ। ସୂର୍ଯ୍ୟ ପରାଗ ଶେଷ ହେବା ପୂର୍ବରୁ ଦାନଯୋଗ୍ୟ ବସ୍ତୁ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିବ ବୋଲି ବସ୍ତୁଶାସ୍ତ୍ରବିତ୍‍ମାନେ କହିଛନ୍ତି। ଏହି ସୂର୍ଯ୍ୟପରାଗ ବହୁ ସମୟ ପର୍ଯ୍ୟନ୍ତ ରହୁଥିଲେ ବି ଭାରତରେ ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟପରାଗ ଦିନ ଶନୈଶ୍ୱରୀ ଅମାବାସ୍ୟା ପଡୁଥିବାରୁ ଲୋକେ ପବିତ୍ର ନଦୀରେ ବୁଡ଼ ପାଇବା ସହ ମନ୍ଦିରରେ ପୂଜାର୍ଚ୍ଚନାର ମହତ୍ୱ ରହିବ।
ପ୍ରକାଶଯୋଗ୍ୟ ଯେ ୨୦୧୯ରେ ୫ଥର ଗ୍ରହଣ ଓ ପରାଗ ପଡ଼ିବ। ଏହି ବର୍ଷ ୩ଥର ସୂର୍ଯ୍ୟପରାଗ ଏବଂ ୨ଥର ଚନ୍ଦ୍ରଗ୍ରହଣ ପଡ଼ିବ। ସର୍ବ ପ୍ରଥମେ ଜାନୁଆରୀ ୫ରେ ସୂର୍ଯ୍ୟପରାଗ ଏବଂ ପରେ ଜାନୁଆରୀ ୨୧ରେ ଚନ୍ଦ୍ରଗ୍ରହଣ ପଡ଼ିବ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories