www.samajalive.in
Saturday, December 13, 2025
21.1 C
Bhubaneswar

ପିପିଲି ଓକିଲ ସଂଘ ନିର୍ବାଚନ- ସଭାପତି ଭାବେ ରାଜକିଶୋର ସ୍ୱାଇଁ ନିର୍ବାଚିତ

ପିପିଲି :ପିପିଲି ଓକିଲ ସଂଘର ସଭାପତି ଭାବେ ରାଜକିଶୋର ସ୍ୱାଇଁ ଓ ସଂପାଦକ ଭାବେ ବସନ୍ତ କୁମାର ପରିଡା ନିର୍ବାଚିତ ହୋଇଛନ୍ତି । ସଂଘର ଉପସଭାପତି ଭାବେ ଶିବସୁନ୍ଦର ଜେନା, ଯୁଗ୍ମ ସମ୍ପାଦକ ଭାବେ ରସିଦ ଖାନ, ସୁବାଷ ଚନ୍ଦ୍ର ମିଶ୍ର ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିଚିତ୍ରଭୂଷଣ ମହାପାତ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟବ୍ୟାପୀ ବାର ଆସୋସିଏସନ(ଓକିଲ ସଂଘ) ଗୁଡ଼ିକର ନିର୍ବାଚନ ପରିପ୍ରେକ୍ଷୀରେ ପିପିଲି ବାର ଆସୋସିଏସନର କାର୍ଯ୍ୟକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିଲା । ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଂଘର ସଭ୍ୟ ଥିବା ଆଇନଜୀବୀମାନେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ସଭାପତି ପଦବୀରେ ଆଇନଜୀବୀ ରାଜକିଶୋର ସ୍ୱାଇଁ ଓ ହାଡ଼ୁବନ୍ଧୁ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ରାଜକିଶୋର ସର୍ବମୋଟ୍‍ ୩୮ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । ସେହିପରି ସଂପାଦକ ପଦବୀ ପାଇଁ ବସନ୍ତ କୁମାର ଦାଶ ଓ ବସନ୍ତ କୁମାର ପରିଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଏଥିରେ ବସନ୍ତ କୁମାର ପରିଡା ବିଜୟ ହାସଲ କରିଥିଲେ । ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ପ୍ରସନ୍ନ କୁମାର ଚମ୍ପତି ନିର୍ବାଚନ ଅଧିକାରୀ ଓ ବିଭୁପ୍ରସାଦ ବୈରିଗଞ୍ଜନ ସହକାରୀ ନିର୍ବାଚନ ଅଧିକାରୀଭାବେ ଏହି ନିର୍ବାଚନକୁ ପରିଚାଳନା କରିଥିଲେ ।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories