www.samajalive.in
Sunday, December 14, 2025
23.1 C
Bhubaneswar

ରାଧାଗୋବିନ୍ଦପୁରରେ ଦୋଳଯାତ୍ରା

ଆଠଗଡ଼: ଆଠଗଡ଼ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଗାଁରେ ତିନିଦୋଳ ଦିନ ଆନନ୍ଦ ଉଲ୍ଲାସ ମଧ୍ୟରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଧାଗୋବିନ୍ଦପୁରର ଆରାଧ୍ୟ ଶ୍ରୀ ରାଧାଗୋବିନ୍ଦ ଦେବଙ୍କ ନିମନ୍ତ୍ରଣ କ୍ରମେ ଆଠଗଡ଼ର ଶ୍ରୀ ରାଧାଗୋବିନ୍ଦ ଜୀଉ, ଜଗନ୍ନାଥ ବଲ୍ଲଭ ମଠର ଶ୍ରୀ ଜଗନ୍ନାଥ, ଶ୍ରୀ ରଘୁନାଥ, ଶ୍ରୀ ଯଜ୍ଞନାରାୟଣ, ଶ୍ରୀ କାଶୀ ବିଶ୍ୱନାଥ ଓ ଶ୍ରୀ ରାଧାରସିକ ଦେବ ସୁସଜ୍ଜିତ ବିମାନରେ ଝୁଲଣ ପଡ଼ିଆଠାରୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଆଠଗଡ଼ ସହର ପରିକ୍ରମା କରି ରାଧାଗୋବିନ୍ଦପୁର ଠାରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ସୁନ୍ଦର ଆଲୋକ ତୋରଣ ସାଙ୍ଗକୁ ବାଜା, ବ୍ୟାଣ୍ଡପାର୍ଟି, ବାଣ, ରୋଷଣୀ, ଗୋପାଳଙ୍କ ଲଉଡି ଖେଳର ଦୁଇଦଳ, ଘୋଡାନାଚରେ ସମଗ୍ର ଆଠଗଡ଼ ସହର ଓ ରାଧାଗୋବିନ୍ଦପୁର ଗ୍ରାମ ଦୁଲୁକିଥିଲା। ବିମାନ ଶୋଭାଯାତ୍ରା ରାଧାଗୋବିନ୍ଦପୁର ଗ୍ରାମ ପରିକ୍ରମା କରିବା ପରେ ଗ୍ରାମର ରାଧାଗୋବିନ୍ଦ ମନ୍ଦିର ତଥା କୋଠଘର ନିକଟରେ ବିମାନଗୁଡିକ ବିଶ୍ରାମ ନେଇଥିଲେ। ପରଦିନ ଅର୍ଥାତ୍‌‌ ଶୁକ୍ରବାର ସକାଳେ ବିମାନରୂଢ ଦିଅଁମାନେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସମୟରେ ଘରେ ଘରେ ଚାଚେରୀ ଭୋଗ ଲାଗି ହେବା ସହିତ ବିମାନଗୁଡିକ ନିଜ ନିଜ ମନ୍ଦିରକୁ ବାହୁଡି ଯାଇଥିଲେ। ଏହି ଅବସରରେ ଗ୍ରାମରେ ଅପେରା ପାର୍ଟି ଦ୍ୱାରା ନାଟକ ପରିବେଷଣ ହୋଇଥିଲେ। ସରପଞ୍ଚ ପ୍ରଭାକର ରାଉତ, ପୂର୍ବତନ ସରପଞ୍ଚ ବୀରବର ଜେନା ଓ ଅଶୋକ ରାଉତଙ୍କ ସମେତ ଗ୍ରାମର ମୁରବୀମାନେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories