www.samajalive.in
Friday, December 5, 2025
26.1 C
Bhubaneswar

ଆପଣ ବି ନାଜାଲ୍ ସ୍ପ୍ରେ’ର ଅଭ୍ୟସ୍ତ କି ? ହୋଇଯାଆନ୍ତୁ ସାବଧାନ !

ସାଧାରଣତଃ କିଛି ଲୋକଙ୍କୁ ବହୁସମୟରେ ଥଣ୍ଡା ଲାଗି ରହିଥାଏ। ତେବେ ଶୀତ ଦିନେ ଏହାର ପ୍ରକୋପ ଅଧିକ ହୋଇଥାଏ। ଥଣ୍ଡା ହେଲେ ନାକ ବନ୍ଦ ହୋଇ ଶ୍ବାସକ୍ରିୟାରେ ବହୁତ କଷ୍ଟ ଅନୁଭବ ହୋଇଥାଏ। ବିଶେଷ କରି ଶୋଇବା ସମୟରେ ଏହା ଅଧିକ କଷ୍ଟ ଦେଇଥାଏ। ତେଣୁ ଲୋକେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ନାଜାଲ୍ ସ୍ପ୍ରେ ବ୍ୟବହାର କରିଥା’ନ୍ତି। ହେଲେ ନାଜାଲ୍ ସ୍ପ୍ରେ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରିବା ଅନୁଚିତ। କାରଣ ସବୁବେଳେ ଏହାର ବ୍ୟବହାର କରିବା ଦ୍ବାରା ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଓ ଏହି ଅଭ୍ୟାସ ଆପଣଙ୍କ ପାଇଁ ଅନେକ ବିପଦ ଡାକିଆଣିଥାଏ। ତେବେ ଚାଲନ୍ତୁ ଜାଣିବା ସବୁବେଳେ ନାଜାଲ୍ ସ୍ପ୍ରେ ବ୍ୟବହାର କରିବା ଦ୍ବାରା ଆମର କି କ୍ଷତି ହୋଇଥାଏ –

ନାଜାଲ୍ ସ୍ପ୍ରେ ଅସ୍ଥାୟୀ ଭାବେ ଆପଣଙ୍କୁ ଥଣ୍ଡାରୁ ମୁକ୍ତି ଦେଇଥାଏ ସତ। ହେଲେ ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ଓ କାସ ଭଳି ସମସ୍ୟା ଦେଖା ଦେଇଥାଏ। ନାଜାଲ ସ୍ପ୍ରେ’ର ବ୍ୟବହାର ଦ୍ୱାରା ନାକ ନଳି ଫୁଲି ଯାଇଥାଏ। ଫଳରେ ସେଥିରେ ରକ୍ତ ସଞ୍ଚାଳନ କମି ଯାଏ। ଯାହାଦ୍ୱାରା ଆପଣ ସାଇନସ୍ ପରି ଗମ୍ଭୀର ସମସ୍ୟା ଭୋଗିପାରନ୍ତି।

- Advertisement -

ବିଶେଷ କରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଥାଇରଏଡ୍ ବା ମୂତ୍ରଜନିତ କୌଣସି ରୋଗ ଥାଏ, ତେବେ ନାଜାଲ୍ ସ୍ପ୍ରେ ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ରକ୍ତଚାପ ବୃଦ୍ଧି କରିଥାଏ। କେବଳ ଏତିକି ନୁହେଁ ନିଦ୍ରାହୀନତା ଓ ଆହୁରି ଅନେକ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଭୋଗିପାରନ୍ତି। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ନାଜାଲ୍ ସ୍ପ୍ରେ ବ୍ୟବହାର କରନ୍ତୁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories