www.samajalive.in
Sunday, December 14, 2025
26.1 C
Bhubaneswar

ଗୋଟିଏ ନୁହେଁ ଦୁଇଟି ନୁହେଁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରେ ହେଙ୍ଗୁ..

ଭାରତୀୟ ଖାଦ୍ୟରେ ହେଙ୍ଗୁର ବ୍ୟବହାର ନିଶ୍ଚୟ କରାଯାଏ। ଏହାଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ଡାଲି ଓ ତରକାରୀ ପ୍ରସ୍ତୁତ କରିବା ସମୟରେ ବିଶେଷ କରି ହେଙ୍ଗୁର ବ୍ୟବହାର କରାଯାଏ। କେବଳ ସ୍ୱାଦକୁ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ହେଙ୍ଗୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

ଅନେକଙ୍କ ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ପାଚନ ଜନିତ ସମସ୍ୟା ଦୂର ପାଇଁ ହେଙ୍ଗୁ ଖୁବ୍‌‌ ଉପକାରୀ। ହେଙ୍ଗୁ ପାଣି ପାଚନ ପାଇଁ ଖୁବ୍‌‌ ଉପକାରୀ। ଏହା ପେଟରୁ ସମସ୍ତ ଅପରିଷ୍କାର ଜିନିଷ ବାହାର କରିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।

- Advertisement -

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ହେଙ୍ଗୁ ସେବନ କରିବା ଲାଭଦାୟକ। ହେଙ୍ଗୁ ପାଣି ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ହେଙ୍ଗୁ ସେବନ କରିବା ଖୁବ ଉପକାରୀ।

ଓଜନ ବୃଦ୍ଧି ପାଇଁ ଚିନ୍ତିତ ଥିଲେ, ହେଙ୍ଗୁ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ। ଏହା ଦ୍ରୁତ ଗତିରେ ଓଜନ ହ୍ରାସ କରିଥାଏ।

ହେଙ୍ଗୁ ପାଣି ପ୍ରସ୍ତୁତ କରିବାର ସଠିକ୍‌‌ ପ୍ରଣାଳୀ..
ହେଙ୍ଗୁ ପାଣି ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ହେଙ୍ଗୁ ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଗ୍ଲାସ ଉଷୁମ ପାଣିରେ ଅଳ୍ପ ହେଙ୍ଗୁ ଗୁଣ୍ଡ ମିଶାନ୍ତୁ। ଏହାକୁ ଖାଲି ପେଟରେ ପିଅନ୍ତୁ।

ଯେଉଁମାନଙ୍କର ନିୟମିତ ମୁଣ୍ଡ ବିନ୍ଧା ହେଉଛି, ସେମାନେ ହେଙ୍ଗୁ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଛି। ଯାହାଦ୍ୱାରା ମୁଣ୍ଡ ବିନ୍ଧାରୁ ତୁରନ୍ତ ମୁକ୍ତି ମିଳିଥାଏ। ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍‌‌ ଭାବେ ହୋଇଥାଏ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories