କୋରାପୁଟ : ନାରାୟଣପାଟଣା ବ୍ଲକ ବାସନପୁଟ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜ୍ୱାଇଁର ଛୁରାମାଡରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। ମୃତଦେହ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗର୍ଭବତୀ ସ୍ତ୍ରୀକୁ ଶ୍ୱଶୁର ମେଡିକାଲରେ ଭର୍ତ୍ତି କରାଇଥିଲେ। ନିଜ ଅନୁପସ୍ଥିତିରେ ମେଡିକାଲରେ ସ୍ତ୍ରୀକୁ ଭର୍ତ୍ତି କରିଥିବାରୁ ଶ୍ୱଶୁରଙ୍କ ଉପରେ ସ୍ୱାମୀ ଉତକ୍ଷିପ୍ତ ହୋଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଶ୍ୱଶୁର ରାମଚନ୍ଦ୍ର ହୁଲକା। ବାସନାପୁଟ ଗାଁରେ ଶ୍ୱଶୁର ଓ ଜ୍ୱାଇଁ ଘର ହୋଇଥିବା ଜଣାପଡିଛି। ଘଟଣାପରେ ଅଭିଯୁକ୍ତ ଶାତୁ ପ୍ରାସ୍କାକୁ ନାରାୟଣ ପାଟଣା ପୁଲିସ ଗିରଫ କରିଛି। ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳରେ ଛାନଭିନ ଆରମ୍ଭ ହୋଇଛି।



