www.samajalive.in
Saturday, December 13, 2025
26.1 C
Bhubaneswar

ଅମ୍ବାନୀ-ଆଦାନୀଙ୍କ ଚୁକ୍ତି, ୨୬ ପ୍ରତିଶତ ଭାଗିଦାରୀ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୌତମ ଆଦାନୀଙ୍କ ଆଦାନୀ ପାଓ୍ବରରୁ ମଧ୍ୟପ୍ରଦେଶ ପାଓ୍ବର ପ୍ରକଳ୍ପରେ ୨୬ ପ୍ରତିଶତ ଭାଗିଦାରୀ କିଣିଛି । ଏହା ସହିତ ରିଲାଏନ୍ସ, ପ୍ଲାଣ୍ଟର ୫୦୦ ମେଗାଓ୍ବାଟ୍ ବିଜୁଳି ନିଜେ ବ୍ୟବହାର କରିବା ପାଇଁ ଚୁକ୍ତି କରିଛି ।

ପ୍ରଥମ ଥର ପାଇଁ ୨ ପ୍ରତିଦ୍ବନ୍ଦୀ ବ୍ୟବସାୟୀଙ୍କ ମଧ୍ୟରେ ପାର୍ଟନରସିପ୍ ହୋଇଥିବା ଦେଖିବାକୁ ମିଳିଛି  । ରିଲାଏନ୍ସ, ଆଦାନୀ ପାଓ୍ବର ଲିମିଟେଡର କମ୍ପାନୀ ମହାନ ଏନର୍ଜେନ ଲିମିଟେଡର ୫ କୋଟି ଇକ୍ବିଟି ଅଂଶଧନ କିଣିବ । ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।

- Advertisement -

କହିରଖୁଛୁ ରିଲାଏନ୍ସ ଭାରତର ସବୁଠାରୁ ବଡ ଘରୋଇ କମ୍ପାନୀ, ଯାହାର ମାର୍କେଟ୍ କ୍ୟାପ୍ ୨୦,୧୪,୦୧୦.୬୩ କୋଟି ଟଙ୍କା । ଗୌତମ ଆଦାନୀଙ୍କ ଆଦାନୀ ପାଓ୍ବର କଥା କହିବା ତ ଏହା ଭାରତର ସବୁଠାରୁ ବଡ ଘରୋଇ ଥର୍ମଲ ପାଓ୍ବର ଉତ୍ପାଦନକାରୀ । ଫୋବର୍ସ ରିୟଲ ଟାଇମ୍ ବିଲିୟନେୟର୍ସ ତାଲିକା ଅନୁସାରେ ମୁକେଶ ଅମ୍ବାନୀ ୯.୭୨ ଲକ୍ଷ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ସହିତ ବିଶ୍ବର ୧୧ତମ ଧନୀ ବ୍ୟକ୍ତି । ସେହିଭଳି ୬.୭୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହିତ ଗୌତମ ଆଦାନୀ ଏହି ତାଲିକାରେ ୧୭ ନମ୍ବରରେ ଅଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories