www.samajalive.in
Saturday, December 13, 2025
26.1 C
Bhubaneswar

ଡିସେମ୍ବର ସୁଦ୍ଧା ଆସିବ ୧୪ ଇଲେକ୍ଟ୍ରିକ୍ କାର୍, କମିବ ଦାମ୍

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ କାର ବଜାର ତୀବ୍ର ଗତିରେ ବଢିବାକୁ ଲାଗିଛି । ଚଳିତ ବର୍ଷ ଶେଷ ସୁଦ୍ଧା ୧୪ ନୂଆ ମଡେଲ୍ ବଜାରକୁ ଆସିବ । ଅନେକ ନୂଆ କମ୍ପାନୀ ଆସିବା ଫଳରେ ୧୦-୧୫ ଲକ୍ଷ ଟଙ୍କା କାରର ଦାମ୍ ପ୍ରାୟ ଲକ୍ଷେ କିମ୍ବା ଦେଢ ଲକ୍ଷ ଟଙ୍କା କମ୍ ହୋଇଯିବ । ପ୍ରିମିୟମ୍ କାର ସବୁଠାରୁ ଅଧିକ ଶସ୍ତା ହେବ ।

କମ୍ପାନୀମାନେ ନିଜ କାରର ଦାମ୍ ହ୍ରାସ କରିବା ଆରମ୍ଭ କରିଦେଇଛନ୍ତି । ଟାଟା ମୋଟର୍ସ ନେକ୍ସନ ଇଭିର ଦାମ୍ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଦେଇଛି । ଦାମରେ ୭୦ ହଜାର ଟଙ୍କାର ହ୍ରାସ ପରେ ଟିଆଗୋ ଇଭିର ଦାମ୍ ଏବେ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହାର ସିଧା ପ୍ରଭାବ ଏମଜି କମେଟ୍ ଇଭି ଉପରେ ହେବ । ଏହାର ଦାମ୍ ୬.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

- Advertisement -

ଇଭି ବଜାରରେ ଏବେ ଟାଟା ମୋଟର୍ସର ଭାଗିଦାରୀ ୭୨ ପ୍ରତିଶତ । ବୈଶିକ ତଥ୍ୟ ଆକଳନ ଅନୁସାରେ ଆଗାମୀ ବର୍ଷ ଇଲେକ୍ଟ୍ରିକ୍ କାରରେ ମାରୁତିର ଭାଗିଦାରୀ ୧୧ ପ୍ରତିଶତ ହେବ । ଟାଟା ମୋଟର୍ସର ଭାଗିଦାରୀ ୪୪ ପ୍ରତିଶତରେ ପହଞ୍ଚିବ । ମାରୁତି ସୁଜୁକି ଡିସେମ୍ବର ସୁଦ୍ଧା ନିଜ ପ୍ରଥମ ଇଲେକ୍ଟ୍ରିକ୍ କାରର ବଜାର ପ୍ରବେଶ କରାଇବ । କମ୍ପାନୀ ଅନୁସାରେ ଏହାର ଦାମ୍ ପ୍ରାୟ ୨୨ ଲକ୍ଷ ଟଙ୍କା ହେବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories