www.samajalive.in
Friday, December 5, 2025
20.1 C
Bhubaneswar

ନୂଆ ପ୍ରଯୁକ୍ତିର ଏଟିଏମ ଲଗାଇବ ପିଏନବି

ନୂଆଦିଲ୍ଲୀ: ଏଟିଏମ ଦୁର୍ନୀତି ଓ ଏଥି ସମ୍ପର୍କିତ ଅପରାଧ ବୃଦ୍ଧିକୁ ଦୃଷ୍ଟିରେ ରଖି ପିଏନବି ସମଗ୍ର ଦେଶରେ ନୂଆ ପ୍ରଯୁକ୍ତିର ଏଟିଏମ ଲଗାଇବାକୁ ନିଷ୍ପତ୍ତି ନେଇଛି। ବର୍ଦ୍ଧିତ ଅପରାଧକୁ ଦୃଷ୍ଟିରେ ରଖି ଆରବିଆଇ ମଧ୍ୟ ପୂର୍ବରୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକୁ ଏଟିଏମ କାର୍ଡ଼ର ସୁରକ୍ଷା ବଳୟକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଥିଲେ। ଏହି ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ପଞ୍ଜାନ ନ୍ୟାସନାଲ ବ୍ୟାଙ୍କ। ପିଏନବି ବ୍ୟାଙ୍କ ସମଗ୍ର ଦେଶରେ ୨୦୧୯ ମାର୍ଚ୍ଚ ମଧ୍ୟରେ ଅତ୍ୟାଧୁନିକ ଏଟିଏମ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ। ସମଗ୍ର ଦେଶରେ ପିଏନବି ୯୫୦୦ଟି ଏଟିଏମ ମେସିନ ଲଗାଇବା ସହ ଏହାକୁ ଆଗାମୀ ମାର୍ଚ୍ଚ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି। ଏହି ମେସିନରେ କାର୍ଡ଼ କ୍ଲୋନିଂ, ତଥ୍ୟଚୋରି ପରି ଅପରାଧ କରାଯାଇ ପାରିବ ନାହିଁ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories