www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୬ସୁଦ୍ଧା ଭାରତର ନିବେଶ ହାର ବଢ଼ିବ ୩୬.୨%

ନୂଆଦିଲ୍ଲୀ: ୨୦୨୨-୨୩ରେ ଭାରତର ନିବେଶ ହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩୨.୨ ପ୍ରତିଶତ ଥିବା ବେଳେ ୨୦୨୬-୨୭ ସୁଦ୍ଧା ଏହା ବଢ଼ି ୩୬.୨ ପ୍ରତିଶତରେ ପହଞ୍ଚିବ ବୋଲି ମୋର୍ଗାନ ଷ୍ଟାନଲି ରିପୋର୍ଟରେ ପ୍ରକାଶ ପାଇଛି। ପୁଞ୍ଜିଗତ ବ୍ୟୟ ଉପରେ ସରକାରଙ୍କ ପ୍ରୟାସ ମହାମାରୀ ପରେ ପୁଞ୍ଜିଗତ ବ୍ୟୟରେ ସୁଧାର ଆଣିବାରେ ସହାୟକ ହୋଇଥିଲା। କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ୨୦୨୪-୨୫ ପର୍ଯ୍ୟନ୍ତ ପୁଞ୍ଜିଗତ ବ୍ୟୟ ୧୧ ପ୍ରତିଶତ ବୃଦ୍ଧି କରି ୧୧.୧୧ ଲକ୍ଷ କୋଟି ଟଙ୍କା କରିବାକୁ ପ୍ରସ୍ତାବ ରଖିଛନ୍ତି। ଦୀର୍ଘକାଳୀନ ଭୌତିକ ସମ୍ପତ୍ତି ୨୦୨୩-୨୪ରେ ୩୩ ପ୍ରତିଶତ ବୃଦ୍ଧି ପାଇ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା।

ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳି ବଜେଟରେ ୩.୩ ପ୍ରତିଶତ ମୋଟ ଘରୋଇ ଉତ୍ପାଦ ରହିଥିଲା। ନିକଟରେ ସେମି କଣ୍ଡକ୍ଟର ଓ ବୈଦ୍ୟୁତିକ ଜାନ ନିର୍ମାଣ କ୍ଷେତ୍ରରେ ନିବେଶକୁ ମୋର୍ଗାନ ଷ୍ଟାନଲି ରିପୋର୍ଟରେ ଗୁରୁତ୍ବ ଦେଇଛି। ପୂର୍ବ ନିର୍ବାଚନ ବର୍ଷ ପରି ୨୦୨୪ ନିର୍ବାଚନ ପାଇଁ ଆବାସିକ ରିଏଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ ଧରଣର ଧାରା ପୂର୍ବାନୁମାନ କରିଛି।

- Advertisement -

ଘରୋଇ ଉତ୍ପାଦନ ଏବଂ ପୁଞ୍ଜି ବ୍ୟୟ ଚକ୍ରକୁ ପ୍ରଭାବିତ କରିବାରେ ରପ୍ତାନି ଧାରା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୂର୍ବ ମାସର ହ୍ରାସ ତୁଳନାରେ ଗତ ତିନି ମାସରେ ୫.୨ ପ୍ରତିଶତ ଅଭିବୃଦ୍ଧି ସହିତ ଦ୍ରବ୍ୟ ରପ୍ତାନିରେ ବୃଦ୍ଧି ଘଟିଛି। ସେବା ରପ୍ତାନି ମଧ୍ୟ ଅକ୍ଟୋବର ୨୦୨୩ ଠାରୁ ଏକ ସକାରାତ୍ମକ ଅଭିବୃଦ୍ଧି ଧାରା ଦେଖାଇଛି, ଯାହାକି ବର୍ଷକୁ ବର୍ଷ ୮.୯ ପ୍ରତିଶତରେ ବୃଦ୍ଧି ହୋଇଛି। ବର୍ତ୍ତମାନର ୨.୪ ପ୍ରତିଶତ ତୁଳନାରେ ୨୦୩୧ ସୁଦ୍ଧା ରପ୍ତାନି ବଜାର ଅଂଶରେ ୪.୫ ପ୍ରତିଶତକୁ ବୃଦ୍ଧି ହେବ ବୋଲି ମୋର୍ଗାନ ଷ୍ଟାନଲି ପୂର୍ବାନୁମାନ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories