www.samajalive.in
Sunday, December 14, 2025
23.1 C
Bhubaneswar

ଶିବସେନାରେ ସାମିଲ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ : ଅଭିନେତା ଗୋବିନ୍ଦାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ଗୁରୁବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ  ଶିବସେନାରେ ସାମିଲ ହୋଇଛନ୍ତି । ଏହା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ । ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।

କହିରଖୁଛୁ ଏହା ପୂର୍ବରୁ ବୁଧବାର ଗୋବିନ୍ଦା, ଶିବସେନା(ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର ତଥା ପୂର୍ବତନ ବିଧାୟକ କୃଷ୍ଣା ହେଗଡେଙ୍କ ସହ ମଧ୍ୟ ମିଟିଂ କରିଥିଲେ । ତେବେ ଏସମ୍ପର୍କରେ ଉଭୟ ପଟୁ କୌଣସି ବୟାନ ସାମ୍ନାକୁ ଆସିନଥିଲା । ତେବେ ଆଜି ଗୋବିନ୍ଦା ଶିବସେନା(ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଛନ୍ତି । ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ । ସେବେ ସେ ବିଜେପିରୁ ରାମ ନାଇକଙ୍କୁ ନିର୍ବାଚନରେ ହରାଇଥିଲେ ।

- Advertisement -

ଗୋବିନ୍ଦା ନିଜ କ୍ୟାରିୟରରେ ୧୬୫ ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ରାଜା ବାବୁ, କୁଲି ନମ୍ବର ଓ୍ବାନ୍, ହିରୋ ନମ୍ବର ଓ୍ବାନ୍, ବଡେ ମିଆଁ ଛୋଟେ ମିଆଁ, ଭାଗମଭାଗ, ପାର୍ଟନର ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଅଭିନୟ ସହିତ ନିଜ ଦମଦାର ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories