www.samajalive.in
Saturday, December 6, 2025
19.1 C
Bhubaneswar

ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟ୍ରାକ୍‌ର ଝଲକ୍‌ ଦେଖାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପାଇଁ ତିଆରି ହେଉଥିବା ସ୍ବତନ୍ତ୍ର ଟ୍ରାକ୍‌ର ପ୍ରଥମ ଝଲକ୍‌ ଦେଖାଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନିଜ ଏକ୍ସ ହ୍ୟାଣ୍ଡେଲରେ ସେ ଏ ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଦେଶର ପ୍ରଥମ ବାଲାଷ୍ଟଲେସ୍ ଟ୍ରାକର ବୈଶିଷ୍ଟ୍ୟଗୁଡିକ ବିଷୟରେ କୁହାଯାଇଛି। ଗୁଜରାଟ-ମୁମ୍ବଇ ମଧ୍ୟରେ ନିର୍ମାଣ କରାଯାଉଥିବା ଏହି ଟ୍ରାକ୍ ବିଷୟରେ ଭିଡିଓରେ ବିସ୍ତୃତ ସୂଚନା ଦିଆଯାଇଛି। ଏଥିସହ ଆନିମେଶନ ଜରିଆରେ ଏହି ଟ୍ରାକ୍‌ରେ ବୁଲେଟ୍ ଟ୍ରେନ୍ ଚାଲୁଥିବା ଦୃଶ୍ୟ ମଧ୍ୟ ସାମିଲ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ନିର୍ମିତ ଏହି ଟ୍ରାକ୍‌ଗୁଡିକ ବାଲାଷ୍ଟଲେସ୍, ଅର୍ଥାତ୍ ହାଇ ସ୍ପିଡ୍ ଟ୍ରେନର ଓଜନ ବହନ କରିବାକୁ ଟ୍ରାକରେ ପଥର ଓ କଂକ୍ରିଟ୍ ଏଙ୍ଗଲ ଆଦି ଆବଶ୍ୟକ ପଡ଼େନାହିଁ। ସେ କହିଛନ୍ତି, ଏହି ଧାରଣାରେ ଟ୍ରେନ୍‌ର ଘଣ୍ଟା ପ୍ରତି ବେଗ ୩୨୦ କିମି ରହିବ।

- Advertisement -


ଭିଡିଓ ଦର୍ଶାଯାଇଛି ଯେ, ଏହି ସ୍ବତନ୍ତ୍ର ଟ୍ରାକ୍‌ରେ ସିଷ୍ଟମ୍- ଜେ-ସ୍ଲାବ୍ ବାଲାଷ୍ଟଲେସ୍ ଟ୍ରାକ୍ ସିଷ୍ଟମ୍ ବ୍ୟବହାର କରାଯାଉଛି। ଏହି ଟ୍ରାକ୍ ସିଷ୍ଟମରେ ମୁଖ୍ୟତଃ ଚାରୋଟି ଭାଗ ଅଛି। ଭିଡିଓରେ କୁହାଯାଇଛି ଯେ, ଦେଶର ଦୁଇଟି ସ୍ଥାନରେ ପ୍ରି-କାଷ୍ଟ ଆରସି ଟ୍ରାକ ସ୍ଲାବ ପ୍ରସ୍ତୁତ କରାଯାଉଛି। ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories