www.samajalive.in
Saturday, December 13, 2025
26.1 C
Bhubaneswar

ଏସିଆ ଅରବପତିଙ୍କ ରାଜଧାନୀ ମୁମ୍ବଇ

ମୁମ୍ବଇ,୨୭ା୩: ହୁରୁନ୍‌ ଗ୍ଲୋବାଲ ଅରବପତି ତାଲିକା ଅନୁଯାୟୀ ବେଜିଂକୁ ପଛରେ ପକାଇ ଏସିଆର ଅରବପତିଙ୍କ ରାଜଧାନୀ ହୋଇଛି ମୁମ୍ବଇ। ଆନ୍ତର୍ଜାତିକ ଧନୀ ସହର ତାଲିକାରେ ୧୧୯ ଅରବପତିଙ୍କୁ ନେଇ ନ୍ୟୁୟର୍କ ଶୀର୍ଷ ସ୍ଥାନରେ ଥିବା ବେଳେ ୯୭ ଅରବପତିଙ୍କୁ ନେଇ ଲଣ୍ଡନ ଦ୍ବିତୀୟରେ ଓ ୯୨ ଅରବପତିଙ୍କୁ ନେଇ ୬୦୩ ବର୍ଗ କିଲୋମିଟର ପରିମିତ ମୁମ୍ବଇ ସହର ତୃତୀୟ ସ୍ଥାନ ଅଧିକାର କରିଛି।

ଏଥିସହ ୯୧ ଅରବପତିଙ୍କୁ ନେଇ ୧୬ ହଜାର ବର୍ଗ କିଲୋମିଟର ପରିମିତ ବେଜିଂ ସହର ଚତୁର୍ଥରେ ଥିବା ବେଳେ ସାଙ୍ଘାଇ (୮୭) ପଞ୍ଚମ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଅରବପତିଙ୍କ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୩,୨୭୯ ନୂଆ ଅରବପତି ତାଲିକାରେ ସାମିଲ ହୋଇଛନ୍ତି। ତେବେ ଧନୀ ଦେଶ ତାଲିକାରେ ଏବେ ବି ଚୀନ ୮୧୪ ଅରବପତିଙ୍କୁ ନେଇ ଶୀର୍ଷରେ ଥିବା ବେଳେ ଗତବର୍ଷ ଏହି ସଂଖ୍ୟା ଆହୁରି ୧୫୫ ଅଧିକ ଥିଲା। ସଂଯୁକ୍ତ ରାଷ୍ଟ୍ର ଆମେରିକା ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏଠାରେ ୮୦୦ ଅରବପତି ଅଛନ୍ତି। ତେବେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ଏଠାରେ ୨୭୧ ଅରବପତି ଅଛନ୍ତି।

- Advertisement -

ଚୀନ୍‌ର ବ୍ୟକ୍ତିଗତ ଧନୀ ତାଲିକାରେ ଜୋଙ୍ଗ ଶାନ୍‌ଶାନ୍‌ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ମାଇକ୍ରୋସଫ୍ଟ, ଗୁଗୁଲ, ଆମାଜନ୍‌, ଓରାକଲ ଏବଂ ମେଟା କମ୍ପାନୀରେ ଅରବପତିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି। ବ୍ଲୁମ୍‌ବର୍ଗ ଅରବପତି ସୂଚକାଙ୍କ ଅନୁଯାୟୀ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ୨୦୧ ବିଲିୟନ ଡଲାର ଏବଂ ଟେସ୍‌ଲା ସିଇଓ ଏଲୋନ୍‌ ମସ୍କ ୧୯୦ ବିଲିୟନ ଡଲାର ସମ୍ପତ୍ତି ସହ ଆମେରିକାର ଧନୀ ତାଲିକାର ସର୍ବୋଚ୍ଚ ଦୁଇ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ନୂଆ ଅତି ଧନି ତାଲିକାରେ ୮୪ ସଦସ୍ୟଙ୍କ ସହ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ପୃଥିବୀର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହିସାବରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଗତ ଅକ୍ଟୋବର-ଡିସେମ୍ବର ମଧ୍ୟରେ ୮.୪ ପ୍ରତିଶତ ରହିଥିଲା।

ଏସିଆ ମହାଦେଶର ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସ୍ଥାନ ସର୍ବାଗ୍ରେ ଅପରିବର୍ତ୍ତିତ ରହିଛି। ତେବେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ମୁକେଶ ଅମ୍ବାନୀଙ୍କୁ ଜାନୁଆରୀରେ ଟପିଥିବା ବେଳେ ବର୍ତ୍ତମାନ ସେ ୯୭.୯ ବିଲିୟନ ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories