ଡିଭାଇଡରରେ ଧକ୍କା ହେଲା କାର୍ ; ୪ ମୃତ
ନୂଆଦିଲ୍ଲୀ : ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେରେ ମେରଠରୁ ଉଜୈନ ଯାଉଥିବା ଏକ କାର୍ ଗୁରୁବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଡିଭାଇଡରରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମାଆ, ପୁଅ ଓ ଅନ୍ୟ ୨ ଜଣ ରହିଛନ୍ତି। ଏହାସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ସମସ୍ତ ଲୋକେ ମେରଠର ବାସିନ୍ଦା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.