www.samajalive.in
Sunday, December 7, 2025
16.1 C
Bhubaneswar

କମ୍‍ ବଜେଟରେ ଅଧିକ ଆୟ କରିଥିବା ବର୍ଷର ୫ଟି ଚଳଚ୍ଚିତ୍ର

ମୁମ୍ବଇ :୨୦୧୮ରେ ମୁକ୍ତିଲାଭ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ପାଇଁ ଉକ୍ତ ବର୍ଷଟି ବେଶ୍ ଉଲ୍ଲେଖନୀୟ। ଏହି ବର୍ଷ ବହୁ ବଡ଼ ବଜେଟ୍‍ ର ଚଳଚ୍ଚିତ୍ର ଗୁଡ଼ିକ ବକ୍ସ ଅଫିସରେ ବିଫଳତା ହାସଲ କରିଥିବା ବେଳେ କମ୍‍ ବଜେଟ୍‍ ର କିଛି ଚଳଚ୍ଚିତ୍ର ଖୁବ୍‍ ସଫଳତା ହାସଲ କରିବା ସହ ବକ୍ସ ଅଫିସରେ ବହୁ ପରିମାଣର ଆୟ କରିଛି। ଏପରି କିଛି ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଛି ଯାହା ନିଜ ବଜେଟ୍‍ ର ତିନିଗୁଣା ଅଧିକ ଆୟ କରିଛି। ତେବେ ୨୦୧୮ର ଶେଷ ପର୍ଯ୍ୟାୟରେ ଚାଲନ୍ତୁ ଜାଣିବା ବଲିଉଡ଼ର କିଛି ଏପରି ଚଳଚ୍ଚିତ୍ର ବିଷୟରେ ଯାହାର ବଜେଟ୍‍ କମ୍‍ କିନ୍ତୁ ଆୟ ଖୁବ୍‍ ଅଧିକ –

‘ପ୍ୟାଡମ୍ୟାନ୍‍’- ଏହା ଚଳିତ ବର୍ଷର ପ୍ରଥମ ଚଳଚ୍ଚିତ୍ର ଯାହା ବହୁ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲା। ଏଥିସହିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଖୁବ୍‍ ଭଲ ବ୍ୟବସାୟ କରିବାରେ ମଧ୍ୟ ସଫଳ ହୋଇଛି। ଏହାର ନିର୍ମାଣରେ ମୋଟ୍‍ ୨୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ହେଲେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟମାନଙ୍କରେ ପ୍ରାୟ ୧୨୦କୋଟି ଟଙ୍କା ଆୟ କରିଛି। ‘ପ୍ୟାଡ଼ମ୍ୟାନ୍‍’ କୁ ଦର୍ଶକେ ଖୁବ୍‍ ପସନ୍ଦ କରିଥିଲେ। ଏଥିରେ ଅକ୍ଷୟ କୁମାର, ସୋନମ କପୁର ଓ ରାଧିକା ଆପ୍‍ଟେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

- Advertisement -

‘ହିଚ୍‍କୀ’- ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହିଚ୍‍କୀ’ ୨୩ମାର୍ଚ୍ଚରେ ଭାରତୀୟ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ ହେବା ମାତ୍ରେ ଚଳଚ୍ଚିତ୍ରଟି ଖୁବ୍‍ ଲୋକପ୍ରିୟତା ହାସଲ କରିବା ସହ ବହୁତ ଭଲ ବ୍ୟବସାୟ ମଧ୍ୟ କରିଛି। ‘ହିଚ୍‍କୀ’କୁ ଚୀନରେ ମଧ୍ୟ ରିଲିଜ୍‍ କରାଯାଇଥିଲା, ଯାହା ସେଠାରେ ବହୁତ ଭଲ ବ୍ୟବସାୟ କରି ପାରିଛି। ଏହାର ମୋଟ୍‍ ବଜେଟ୍‍ ୧୨କୋଟି ଟଙ୍କା। ହେଲେ ବିଶ୍ୱ ସ୍ତରରେ ଏହି ଚଳଚ୍ଚିତ୍ର ପ୍ରାୟ ୨୩୩କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ କରିଛି। ସିଦ୍ଧାର୍ଥ ମାଲହୋତ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

‘ରାଜୀ’- ବଲିଉଡ଼ର ଚୁଲବୁଲି ନାୟିକା ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାଜୀ’ର ମୋଟ୍‍ ବଜେଟ୍‍ ୩୦କୋଟି ଟଙ୍କା, ହେଲେ ଏହା ପ୍ରେକ୍ଷାଳୟମାନଙ୍କରେ ୧୯୩କୋଟି ଟଙ୍କାର ଆୟ କରିପାରିଛି। ସୂଚନା ଯୋଗ୍ୟ, ଆଲିୟା ଭଟ୍ଟଙ୍କ ଏହି ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ‘ରାଜୀ’ ଦ୍ୱିତୀୟ ଏଭଳି ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ଯାହା ବକ୍ସ ଅଫିସରେ ଅପୂର୍ବ ସଫଳତା ହାସଲ କରି ୧୦୦କୋଟିର ଆୟ କରିବାରେ ସମର୍ଥ ହୋଇଛି। ଏଥିରେ ଆଲିୟା ଭଟ୍ଟଙ୍କ ବ୍ୟତୀତ ବିକି କୌଶଲ, ରଜିତ କପୁର, ଜୟଦୀପ ଅହଲାୱତ୍‍, ଅମୃତା ଖାନବିଲକର ଓ ସୋନୀ ରାଜଦାନ ପ୍ରମୁଖ ମୁଖ୍ୟ ଭୂମିକାରେ ରହିଛନ୍ତି। ମେଘନା ଗୁଲଜାର ଏହାର ନିର୍ଦ୍ଦେଶନା ଦେଇଥିଲେ।

‘ସ୍ତ୍ରୀ’- ରାଜକୁମାର ରାଓ-ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ଚଳିତ ବର୍ଷ ବଡ଼ ପରଦାରେ ଖୁବ୍‍ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରର ନିର୍ମାଣରେ ୨୩-୨୪କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ବକ୍ସ ଅଫିସରେ ଖୁବ୍‍ ସଫଳତା ହାସଲ କରିବା ସହ ୧୮୦କୋଟି ଟଙ୍କାରୁ ଅଧିକ ଆୟ କରିଛି। ଅମର କୌଶିକ ‘ସ୍ତ୍ରୀ’ର ନିର୍ଦ୍ଦେଶନା ଭାର ବହନ କରିଥିଲେ।

‘ବଧାଇ ହୋ’- ଆୟୁଷ୍ମାନ ଖୁରାନା ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ବକ୍ସ ଅଫିସରେ ଏବେ ମଧ୍ୟ ଦର୍ଶକଙ୍କ ମନ ଜିତିବାରେ ଲାଗିଛି। ଏହି ଚଳଚ୍ଚିତ୍ରର ମୋଟ୍‍ ବଜେଟ୍‍ ୨୯କୋଟି ଟଙ୍କା ରହିଛି, ହେଲେ ବର୍ତ୍ତମାନ ସୁଦ୍ଧା ଏହା ୨୨୧କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ କରିସାରିଛି। ଅମର ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ସାନ୍ୟା ମାଲହୋତ୍ରା, ଗଜରାଜ ରାଓ ଓ ନୀନା ଗୁପ୍ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories