www.samajalive.in
Saturday, December 13, 2025
26.1 C
Bhubaneswar

ଦେଶୀମଦ ଭାଟି ଉପରେ ଚଢାଉ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୁଲିସ ପକ୍ଷରୁ କଣ୍ଡରେଇ ପଞ୍ଚାୟତର କଅଁସର ନିକଟବର୍ତ୍ତି ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇ ୧ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି। ଏ ନେଇ ଥାନାରେ ୭୪/୨୦୨୪ ରେ ମକଦ୍ଦମା ରୁଜୁ ହୋଇଛି। କଅଁସର ଗାଁ ନିକଟବର୍ତ୍ତି ଜଙ୍ଗଲ ପାଲଟିଛି ଦେଶୀମଦ ରନ୍ଧନର ଏନ୍ତୁଡିଶାଳ। ବର୍ଷବର୍ଷ ଧରି ମଦ ମାଫିଆମାନେ ଯୋଜନାବଦ୍ଧ ଭାବରେ ବିଭିନ୍ନ ପ୍ରଭାବଶାଳୀ ଲୋକମାନଙ୍କୁ ହାତ କରି ଅନାୟସରେ ଚୋରାମଦ ରନ୍ଧନ କରିବା ସହ ବାହାରକୁ ଚାଲାଣ କରିଥାନ୍ତି। ବିଭିନ୍ନ ସମୟରେ ସ୍ଥାନୀୟ ଅବକାରୀ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ଅବକାରୀ ଅଧିକ୍ଷକ ଓ କର୍ମଚାରୀମାନେ ଚଢାଉ କରିଥାନ୍ତି। ହେଲେ ଚଢାଉ ବେଳେ ଆକ୍ରୋଶର ଶିକାର ହେବାକୁ ପଡିଥାଏ। ଗତ ୨ଦିନ ତଳେ ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା ହୋଇଥିଲେ ଅବକାରୀ କର୍ମଚାରୀମାନେ । ଏପରିକି ଆକ୍ରମଣ କରିଥିବା ମଦମାଫିଆକୁ ଗିରଫ କରାଯାଇଥିଲା। ଅତର୍କିତ ଭାବରେ ଖୁଣ୍ଟୁଣୀ ପୁଲିସ କଅଁସର ଗାଁ ଉପରେ ଥିବା ଦେଶୀମଦ ରନ୍ଧନ ସ୍ଥଳ ଉପରେ ଚଢାଉ କରି ପୋଚ ନଷ୍ଟ କରିବା ଯୋଗୁଁ ମଦବେପାରୀଙ୍କ ଭିତରେ ଛନକା ପଶିଛି। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories