www.samajalive.in
Tuesday, December 9, 2025
17.1 C
Bhubaneswar

ଚମକି ପଡ଼ିଲେ ପ୍ରଶଂସକ, ସିଦ୍ଧାର୍ଥଙ୍କୁ ଗୋପନରେ ବାହାହେଲେ ଅଦିତି ରାଓ ​‌ହାଇଦରୀ ?

ହାଇଦରାବାଦ: ଅଦିତି ରାଓ ​‌ହାଇଦରୀ ତାଙ୍କ ଆଗାମୀ ୱେବସିରିଜ୍‌ ‘ହିରାମଣ୍ଡି’କୁ ନେଇ ଚର୍ଚ୍ଚାରେ। କିନ୍ତୁ ଇତି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକମାନଙ୍କୁ ଚମକାଇ ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଦିତି ତାଙ୍କ ଦୀର୍ଘ ଦିନର ପ୍ରେମିକ ସିଦ୍ଧାର୍ଥଙ୍କୁ ହାଇଦରାବାଦର ଏକ ମନ୍ଦିରରେ ବିବାହ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରିପୋର୍ଟ ମୁତାବକ, ଅଭିନେତା ସିଦ୍ଧାର୍ଥ ଏବଂ ଅଦିତି ରାଓ ​‌ହାଇଦରୀ ବୁଧବାର ତେଲଙ୍ଗାନାର ୱାନାପର୍ଥୀ ଜିଲାସ୍ଥିତ ଶ୍ରୀରଙ୍ଗପୁରର ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ବିବାହ କରିଥିବା ଜଣାଯାଇଛି।

ଅଦିତି ଏବଂ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଆସୁଛି। ଏବେ ଉଭୟ ବିବାହ କରି ନିଜ ସମ୍ପର୍କରେ ମୋହର ଲଗାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପରିବାର ସଦସ୍ୟ ଓ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସମାରୋହ ସମ୍ପନ୍ନ ହୋଇଛି। ପାରମ୍ପରିକ ରୀତି ନୀତି ଅନୁସାରେ ଉଭୟ ବିବାହ କରିଛନ୍ତି।

- Advertisement -

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories