www.samajalive.in
Monday, December 8, 2025
14.1 C
Bhubaneswar

ରାଜନୀତି ପାଇଁ କଙ୍ଗନା ରାଣାୱତ ଉପଯୁକ୍ତ : ବିରୋଧୀଙ୍କୁ କଡା ଜବାବ ଦେଲେ ହେମା ମାଳିନୀ

ସମାଜ ଡିଜିଟାଲ ଡେସ୍କ: ବିଜେପି ପକ୍ଷରୁ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ବିରୋଧୀ ଦଳ ତାଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ବିବାଦୀୟ ମନ୍ତବ୍ୟ ଦେବା ପରେ ଏବେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ । ମଙ୍ଗଳବାର ହେମା ମାଳିନୀ କହିଛନ୍ତି ଯେ କଙ୍ଗନା ବହୁତ ମଜବୁତ, ସେ ନିଶ୍ଚିତ ଏହାର ଜବାବ ଦେବେ ।
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପକ୍ଷରୁ କଙ୍ଗନାଙ୍କ ନାମ ଘୋଷଣା ହୋଇଛି । ଏହାପରେ ବିରୋଧୀ ଦଳର ନେତାମାନେ କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ହେମା ମାଳିନୀ କହିଛନ୍ତି ଯେ କଙ୍ଗନା ଜଣେ ସାହାସୀ ଏବଂ ସ୍ପଷ୍ଟବାଦୀ ମହିଳା । ବିରୋଧୀଙ୍କୁ ଟାର୍ଗେଟ କରି ହେମା ମାଳିନୀ କହିଛନ୍ତି ନିଜେ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କ ବିଷୟରେ ଏଭଳି କହିବା ଭୁଲ । କଙ୍ଗନା ଜଣେ ଭଲ ଅଭିନେତ୍ରୀ ଭାବେ ସର୍ବଦା ନିଜକୁ ଶ୍ରେଷ୍ଠ ସାବ୍ୟସ୍ତ କରିଛନ୍ତି । ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।
ରାଜନୀତି ପାଇଁ ସେ ସମ୍ପୂର୍ଣ୍ଣ ଉପଯୁକ୍ତ ବୋଲି ହେମା ମାଳିନୀ କହିଛନ୍ତି । ଉତ୍ତରପ୍ରଦେଶର ମଥୁର ଲୋକସଭା ଆସନରୁ ଦୁଇ ଥର ସାଂସଦ ରହିଛନ୍ତି ହେମା ମାଳିନୀ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories