www.samajalive.in
Sunday, December 14, 2025
18.1 C
Bhubaneswar

ଅଙ୍ଗଦାନ କରି ଅମର ହେଲେ ଜବାନ୍‌

ଭୁବନେଶ୍ୱର – ଅଙ୍ଗଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ ସିଆର୍‌ପିଏଫ୍‌ର ଜବାନ କୃଷ୍ଣଚନ୍ଦ୍ର ମହାଭୋଇ । ଖୋର୍ଦ୍ଧା ସାରୁଅର କୃଷ୍ଣଚନ୍ଦ୍ରଙ୍କର କୀଡିନ୍‌ରେ ସମସ୍ୟା ଥିଲା । ଗତ ଦୁଇ ବର୍ଷ ଧରି ତାଙ୍କର ଡାଏଲେସିସ୍‌ ଚାଲିଥିଲା । କିଛିଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମସ୍ତିଷ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ପରିବାର ଲୋକ ତାଙ୍କର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

କୃଷ୍ଣ ଚନ୍ଦ୍ରଙ୍କର ହୃଦୟ ବା ହାର୍ଟ ଏବଂ ଯକୃତ ବା ଲିଭରକୁ ଦାନ କରାଯାଇଛି । ଏହାଦ୍ୱାରା ଦୁଇ ଜଣ ନୂଆ ଜୀବନ ପାଇ ପାରିବ । ମୁମ୍ବାଇ ଏବଂ କୋଲକତାକୁ ଗ୍ରୀନ କରିଡର କରାଯାଇ ନିଆଯାଇଥିଲା । ଏହାଦ୍ୱାରା ଦୁଇଜଣଙ୍କର ଜୀବନ ବଞ୍ଚିପାରିଛି ।

- Advertisement -

ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି କୃଷ୍ଣଚନ୍ଦ୍ର ମହାଭୋଇ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories