www.samajalive.in
Sunday, December 7, 2025
14.1 C
Bhubaneswar

ଘରୋଇ ଉପାୟରେ ପୋଷାକରୁ କିପରି ଛଡାଇବେ ହୋଲି ରଙ୍ଗ

ସମାଜ ଡିଜିଟାଲ ଡେସ୍କ: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥାଏ । ପରସ୍ପରକୁ ଅବିର ରଙ୍ଗ ଲଗାଇ ହୋଲି ଉତ୍ସବ ପାଳନ କରିଥାନ୍ତି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ । ତେବେ ହୋଲି ଖେଳିବା ବେଳେ ବିଭିନ୍ନ ରଙ୍ଗ ପଡି ପୋଷାକ ନଷ୍ଟ ହୋଇଥାଏ । ପୋଷାକରୁ ଏହି ସବୁ ରଙ୍ଗକୁ କିପରି ହଟାଇବେ ବା ଦାଗ କିପରି ଭଲ ଭାବରେ ଛଡାଇବେ ଚାଲନ୍ତୁ ଜାଣିବା ।

ଲେମ୍ବୁରେ ଭିଟାମିନ୍‍ ସି ଭରପୂର ରହିଥିବାରୁ ପ୍ରତିଦିନ ଆମେ ଲେମ୍ବୁ ବ୍ୟବହାର କରିଥାଉ । ଯଦି ଆପଣଙ୍କ ପୋଷାକରେ ରଙ୍ଗ ଲାଗିଛି ତେବେ ଲମ୍ବୁ ଆପଣଙ୍କ ପାଇଁ ଲାଭଦାୟକ ହେବ । ସର୍ଫରେ ପୋଷାକକୁ ଭଲ ଭାବରେ ସଫା କରିବା ପରେ ଏକ ବାଲଟିରେ ଲେମ୍ବୁ ଓ ବେକିଂ ସୋଡାକୁ ମିଶ୍ରଣ କରି ପୋଷାକକୁ ବୁଡାଇ ଦିଅନ୍ତୁ । ଏହାକୁ ୧୦ରୁ ୨୦ମିନିଟ ରଖିବା ପରେ ଭଲ ଭାବରେ ଘଡି ଧୋଇ ଦିଅନ୍ତୁ । ଦେଖିବେ ପୋଷାକରୁ ରଙ୍ଗ ସବୁ ଛାଡିଯିବ ।
ଆଲକହଲ ବି ପୋଷାକରୁ ରଙ୍ଗ ଛଢାଇବାରେ ବ୍ୟବହାର କରାଯାଏ । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ପ୍ରଥମେ ଉଷୁମ ପାଣିରେ ପୋଷାକକୁ ହାଲୁକା ଭାବରେ ଧୋଇ ଦିଅନ୍ତୁ । ଏକ ପାତ୍ରରେ ୨ରୁ ୩ ଚାମଚ ଆଲକହଲ ନେଇ ପାଣି ମିଶାଇ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ଛାଡିଦେବା ପରେ ଭଲ ଭାବରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ପୋଷାକରେ ଲାଗିଥିବା ଦାଗ ପରିସ୍କାର ହୋଇଯାଇଥିବ ।
ରୋଷେଇ ଘରେ ପ୍ରାୟତଃ ଭିନେଗାର ମହଜୁଦ ରହିଥାଏ । ଏହାକୁ ବ୍ୟବହାର କରି ହୋଲି ରଙ୍ଗ ପୋଷାକରୁ ଛଡାଇ ପାରିବା । ଏକ ବାଲଟିରେ ଅଳ୍ପ ପାଣି ରଖି ୨ରୁ ୩ ଚାମଚ ଭିନେଗାର ମିଶାନ୍ତୁ । ଏଥିରେ ପୋଷାକକୁ ବୁଡାଇ କିଛି ସମୟ ଛାଡି ଦିଅନ୍ତୁ । ଏହାପରେ ପୋଷାକକୁ ଭଲ ଭାବରେ ହାତରେ ଘଷି ଧୋଇ ଦିଅନ୍ତୁ । ଦେଖିବେ ସବୁ ରଙ୍ଗ ଭଲ ଭାବରେ ଛାଡିଯିବ ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories