www.samajalive.in
Saturday, December 13, 2025
26.1 C
Bhubaneswar

ହୋଲିରେ ଅମାନିଆ ହେବେ ସାବାଡ, ଅପମିଶ୍ରିତ ରଙ୍ଗ ବିକିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ହୋଲିରେ ଅମାନିଆ ହେବେ ସାବାଡ୍ । ଅମାନିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ହୋଟେଲରେ ହୋଲି ପାର୍ଟି ଉପରେ ରହିବ ତୀକ୍ଷ୍ମ ନଜର ରହିବା ସହ ମଦ୍ୟପ ଗାଡିଚାଳକଙ୍କ ଉପରେ କଡା ନଜର ରହିବ । ନିୟମକୁ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥି ସହିତ ଅପମିଶ୍ରିତ ରଙ୍ଗ ବିକୁଥିବା ସୂଚନା ମିଳିଲେ ଦୋକାନରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସେହିଭଳି ହୋଲି ଅବସରରେ ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ୍ ପୁଲିସ ମୁତୟନ ହେବା ସହ ବିନ୍ଦୁସାଗର ଓ ଦୟାନଦୀ କୂଳରେ ଅଗ୍ନିଶମ ବିଭାଗ ଓଡ୍ରାଫ୍ ଓ ଟିମ୍ ମୁତୟନ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories