www.samajalive.in
Saturday, December 13, 2025
23.1 C
Bhubaneswar

ସୁରେନ୍ଦ୍ରନାଥ ବାରିକଙ୍କ ‘ଗଳ୍ପ ସମ୍ଭାର’ ଲୋକାର୍ପିତ

ସମାଜ ଡିଜିଟାଲ ଡେସ୍କ: ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ସୁରେନ୍ଦ୍ର ନାଥ ବାରିକଙ୍କ ଚତୁର୍ଥ ଗଳ୍ପଗୁଳ୍ମ ‘ଗଳ୍ପ ସମ୍ଭାର’ର ଶୁଭ ଲୋକାର୍ପଣ ଉତ୍ସବ ସୋର ଉତ୍ତରେଶ୍ୱର ଲିଙ୍ଗରାଜ ବରଫକଳ ଛକ ନିକଟସ୍ଥ ଅନୁଷ୍ଠିତ ହୋଇଯାଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରାବନ୍ଧିକ ଗବେଷକ ଗାଁ ମଜଲିସ୍ ସାହିତ୍ୟ ସଂସଦ, ସଭାପତି ଡ. ରମାକାନ୍ତ ବେହେରା ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ସଭାପତିତ୍ୱ କରିଥିଲେ ବାଣୀପୁତ୍ର ନିତ୍ୟାନନ୍ଦ ପାଣିଗ୍ରାହୀ। ମୁଖ୍ୟବକ୍ତାଭାବେ ସାରସ୍ୱତ ସାଧକ ସ୍ତମ୍ଭକାର, ନାଟ୍ୟ ଓ ନିର୍ଦ୍ଦେଶକ ବିଜୟ କୁମାର ଦାସ, ବରେଣ୍ୟ ଅତିଥିଭାବେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଅନନ୍ତପୁର ସାରସ୍ଵତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଡମ୍ବରୁଧର ଭୋଳ, ଚଳଚ୍ଚିତ୍ର ପ୍ରଯୋଜକ, କାହାଣୀକାର ଶ୍ରୀଧର ମାର୍ଥା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ବୈଜ୍ଞାନିକ ଚାନ୍ଦିପୁର ଡି.ଆର୍.ଡି.ଓର ପ୍ରିୟନାଥ ପଣ୍ଡା ଓ ଏମ.କେ.ସି.ଜି ମେଡିକାଲ କଲେଜର ସର୍ଜରୀ, ବିଭାଗର ଡା.ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥିମାନେ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଗାଳ୍ପିକ ସୁରେନ୍ଦ୍ର ନାଥ ବାରିକଙ୍କ ଗଳ୍ପ ସମ୍ଭାର ଉପରେ ବକ୍ତବ୍ୟ ରଖିଥିଲେ। ପୁଅ ଗୋପୀନାଥ ବାରିକ ଏଥିରେ ସହଯୋଗ କରିଥିଲେ। ସୁରେନ୍ଦ୍ର ବିଶ୍ୱାଳ ଓ ଅନ୍ୟମାନେ ସଂଯୋଜନା କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories