www.samajalive.in
Monday, December 8, 2025
13.1 C
Bhubaneswar

ବାଲୁକା କଳାରେ ମସ୍କୋ ଆତଙ୍କୀ ହମଲାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ। ରୁଷିଆର ମସ୍କୋରେ ଆତଙ୍କୀ ହମଲାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶନିବାର ରୁଷ ମସ୍କୋର କ୍ରୋକସ୍ ସିଟି ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୧୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ନେତା ଏହି ଜଘନ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ତେବେ ବାଲୁକା କଳା ମାଧ୍ୟମରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦେବା ସହ ସୁଦର୍ଶନ ଘଟଣାକୁ ନିନ୍ଦା କରିଛନ୍ତି। ପ୍ରାୟ ୪ ଟନ୍ ବାଲିରେ ବାଲୁକା କଳା ତିଆରି କରାଯାଇଛି। ଏହି ବାଲୁକା କଳାରେ ସୁଦର୍ଶନ ମୃତକଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ସେଥିରେ stop terrorism ..we strongly condemn the henious terrorist attack in moscow ର ବାର୍ତ୍ତା ଦେଇଛନ୍ତି। ପୂର୍ବତନ ଭାରତୀୟ ହକି ଟିମ୍ କ୍ୟାପଟେନ୍ ଦୀଲିପ୍ ତିର୍କୀ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ  ମହାପ୍ରଭୂଙ୍କୁ ଦର୍ଶନ କରି ସୁନ୍ଦର ବାଲୁକାକଳା ଦେଖିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories