www.samajalive.in
Sunday, December 7, 2025
18.1 C
Bhubaneswar

ଉଜ୍ଜ୍ବଳା ଯୋଜନାରେ ନିଆଁ କମ୍; ଧୂଆଁ ବେଶି:କଂଗ୍ରେସ

ଭୁବନେଶ୍ୱର:କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି କଂଗ୍ରେସ। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଏହି ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀଗଣ ଯେତିକି ଧୂଆଁବାଣ ଛାଡୁଛନ୍ତି ସେତିକି ପରିମାଣରେ ଘୋଟାଲା ହୋଇଛି। ଯୋଜନାରେ ନିଆଁ ଅପେକ୍ଷା ଧୂଆଁ ବେଶି ରହିଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ଦେଶରେ ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ବିତରଣ ଯୋଜନାରେ ୧,୬୨,୩୮,୦୬୯ ବିପିଏଲ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଥିଲା। ୨୦୧୬ ମେ’ରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାର ଶୁଭାରମ୍ଭ କରି ଦେଶର ୫କୋଟି ବିପିଏଲ ପରିବାରଙ୍କୁ ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା ସଂପୂର୍ଣ୍ଣ ଭାବରେ ଫେଲ ମାରିଛି।
ମାଗଣା ଗ୍ୟାସ ସଂଯୋଗ ନାଁରେ ଗ୍ୟାସ କନେକସନ୍ ପାଇଁ ୧୬୦୦ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ପଡ଼ିଲା ଓ ଏଥିରେ ଗ୍ୟାସ ସମେତ ଚୁଲା, ପାଇପ୍ ଓ ରେଗୁଲେଟରକୁ ମଧ୍ୟ ଯୋଗ କରିଦିଆଗଲା। ସରକାର ୫ଶହ ଟଙ୍କାର ରନ୍ଧନଗ୍ୟାସ ଚୁଲାକୁ ୯୯୦ ଟଙ୍କାରେ ବିକ୍ରୟ କରି ଗରିବ ହିତାଧିକାରୀଙ୍କୁ ଲୁଟୁଛନ୍ତି। ଏ ହରିଲୁଟରେ ସାମିଲ୍ ହୋଇ କେନ୍ଦ୍ର ସରକାର ଚୁଲା ତିଆରି କରୁଥିବା କମ୍ପାନୀମାନଙ୍କ ପାଖରୁ ବିନା ଟେଣ୍ଡରରେ ବ୍ୟାପକ ପିସି ଆଦାୟ କରିଛନ୍ତି।
ଏବେ ଏହି ଯୋଜନା ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଗ୍ୟାସର ବଜାର ଦର ବିଗତ ତିନି ବର୍ଷରେ ପାଖାପାଖି ତିନିଗୁଣ ବୃଦ୍ଧି ପାଇବା ସହିତ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆଥିର୍କ ବୋଝ ସଦୃଶ ଏବଂ ଗ୍ୟାସ ଯୋଗାଣ କରୁଥିବା କମ୍ପାନୀ ମାନଙ୍କର ଲାଭାଂଶ କେତେ ପ୍ରତିଶତ ବଢ଼ିଛି ବିଭାଗୀୟ ମନ୍ତ୍ରୀ ତାହାର ଉତ୍ତର ରଖନ୍ତୁ।
ସବୁଠୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଯେଉଁମାନଙ୍କୁ ନୂଆକରି ଗ୍ୟାସ୍ କନେକସନ୍ ଦିଆଯାଇଛି ସେମାନେ ବର୍ଷକରେ ମାତ୍ର ଥରେ କିମ୍ବା ଦୁଇଥର ଗ୍ୟାସ ରିଫିଲିଂ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ବଳକା ଗ୍ୟାସ ଗଲା କୁଆଡ଼େ? ସରକାରୀ ହିସାବ ଅନୁସାରେ ଦେଶରେ ଗ୍ୟାସ ସଂଯୋଗ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହେବାଠାରୁ ବର୍ଷକୁ ହାରାହାରୀ ୧୬.୨୬ ପ୍ରତିଶତ ବଢ଼ିଥିବା ବେଳେ ସିିଲିଣ୍ଡର ତିଆରି ମାତ୍ର ୯ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏହି ଗ୍ୟାସ କନେକସନ କେଉଁ ବାଟରେ ବ୍ୟବହାର କରାଯାଉଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି। ସେ କହିଛନ୍ତି ଯେ ସିଏଜି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ବାର୍ଷିକ ଗ୍ୟାସ ସଂଯୋଗ ୬.୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଏହା ୫.୬ ପ୍ରତିଶତକୁ ଖସି ଆସିଛି। ଖାଉଟିଙ୍କ ସଂଖ୍ୟା ୨୦୧୫-୧୬ ଏବଂ ୨୦୧୬-୧୭ରେ ୧୬.୯ ପ୍ରତିଶତ ବଢ଼ିଥିବା ବେଳେ ଗ୍ୟାସ ବ୍ୟବହାରୀଙ୍କ ସଂଖ୍ୟା ମାତ୍ର ୦.୮ ପ୍ରତିଶତ। ଏଥିରୁ ଜଣାପଡ଼ୁଛି କେନ୍ଦ୍ର ସରକାର ଜନସାଧାରଣଙ୍କ ଆଗରେ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି।
ରାଜ୍ୟ ସରକାର ଉଜ୍ୱଳା ଯୋଜନାକୁ ନେଇ ନିଜର ପୁରା କାର୍ଯ୍ୟକ୍ରମ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରଖିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜନଗରରେ ହଜାର ହଜାର ଜାଲ ହିତାଧିକାରୀଙ୍କ ନାଁରେ ଭୂତ କନେକସନକୁ ନେଇ ପ୍ରଶାସନିକସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ସ୍କାମ ପଦାକୁ ଆସିବାପରେ ରାଜ୍ୟରେ ୩୦ଟି ଜିଲାରେ ଥିବା ୮୦୮ଟି ଏଜେନ୍ସିର ତଦନ୍ତ କରାଯିବ ବୋଲି ଇଣ୍ଡିଆନ୍ ଅଏଲ କର୍ପୋରେସନ ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭରତ କହିଥିଲେ ମଧ୍ୟ ବର୍ତ୍ତମାନ ସମସ୍ତେ ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି। ପୁରା ଯାଂଚର ପ୍ରକ୍ରିୟା କେବଳ ମେସର୍ସ ରାଜନଗର ଇଣ୍ଡେନ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସୀମିତ ରହିଗଲା ଓ ଅନ୍ୟ ଏଜେନ୍ସି ଯାଞ୍ଚ କରାଗଲା ନାହିଁ।
କେନ୍ଦ୍ର ପ୍ରେଟୋଲିୟମ ମନ୍ତ୍ରୀ ୧୮୦୦ ମହିଳା ହିତାଧିକାରୀଙ୍କ ସହ ଭିଡ଼ିଓ କନ୍ଫେରନ୍ସିଂ ଜରିଆରେ ଆଲୋଚନା କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିବା ବେଳେ ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ମଧ୍ୟ ଚୁପ ରହିଛି। ବାଲେଶ୍ୱର ଜିଲାରେ ଉଜ୍ୱଳା ଗ୍ୟାସ ପାଇବାପାଇଁ ଅନେକ ଗରିବ ମହିଳାଙ୍କ ଠାରୁ ଦଲାଲମାନେ ଲାଞ୍ଚ ନେଉଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଗଲା ନାହିଁ। ଗ୍ୟାସର କଳାବଜାରୀ, ଗ୍ୟାସର ଓଜନରେ ତଞ୍ଚକତା, ରିଆତି ଟଙ୍କା ଆକାଉଣ୍ଟକୁ ନଆସିବା ଓ ଆସିବାରେ ଅହେତକୁ ବିଳମ୍ବ ହେବା ଆଦି ସାମନାକୁ ଆସିବାପରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସରକାରଙ୍କ ଅଧିନରେ ଥିବା କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ ନ କରି ବିଜେଡ଼ି ଗୋଳିଆ ପାଣିରୁ ଫାଇଦା ନେବାକୁ ବସିଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories