www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀମନ୍ଦିରରେ ପହିଲିଭୋଗ: ପ୍ରଥମ ଦିନରୁ ନୀତି ୩ଘଣ୍ଟା ବିଳମ୍ବ

ପୁରୀ: ଧନୁସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ରବିବାର ଆରମ୍ଭ ହୋଇଛି ପହିଲିଭୋଗ। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୩ଘଣ୍ଟା ବିଳମ୍ବରେ ଶ୍ରୀଜୀଉଙ୍କୁ ପହଲିଭୋଗ ସମେତ ଧନୁମୁଅାଁ ଭୋଗ କରାଯାଇଛି। ଆନନ୍ଦବଜାରରେ ପହିଲିଭୋଗ ଖାଇ ଆତ୍ମସନ୍ତୋଷ ଲାଭ କରିଛନ୍ତି ଭକ୍ତ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଦ୍ୱାର ଫିଟାଯିବା ପରେ ଭିତରଶୋଧ କରାଯାଇଥିଲା। ସକାଳ ୫ଟା ୨୦ରେ ହୋଇଥିଲା ମଙ୍ଗଳଆଳତୀ। ଏହାପରେ ମଇଲମ, ରୋଷହୋମ ଓ ତଡପଲାଗି ପରେ ସକାଳ ୭ଟାରେ ଅବକାଶ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ୩ଘଣ୍ଟା ବିଳମ୍ବରେ ୯ଟା ୩୦ରେ ଦାରୁବ୍ରହ୍ମଙ୍କୁ ପହିଲି ଭୋଗ ଅର୍ପଣ କରାଯାଇଛି। ସେହିପରି ଦିନ ୧୧ଟା ୩୦ରେ ସକାଳଧୂପ, ୧ଟା ୪୫ରେ ଭୋଗମଣ୍ଡପ, ୩ଟା ୫ରେ ମଧ୍ୟାହ୍ନଧୂପ, ଅପରାହ୍ଣ ୪ଟା ୫୦ରେ ଦ୍ୱିତୀୟ ଭୋଗମଣ୍ଡପ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପହିଲିଭୋଗର ପ୍ରଥମ ଦିନ ନୀତି ବିଳମ୍ବ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ମହାପ୍ରଭୁଙ୍କୁ ବହୁପ୍ରକାର ସ୍ୱାଦିଷ୍ଟ ପିଠା ସମେତ ଧନୁମୁଅାଁ ଭୋଗ କରାଯାଇଛି। ଏହି ନୀତି ଜାନୁଆରୀ ୧୩ତାରିଖ ମକରସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା’ଯଶୋଦା ବଡ଼ିସକାଳୁ ଭୋଗ ପ୍ରସ୍ତୁତ କରି ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଖାଇବାକୁ ଦେବାର ପରମ୍ପରା ରହିଛି। ସକାଳୁ ସକାଳୁ ମହାପ୍ରଭୁ ଶଯ୍ୟା ତ୍ୟାଗକରି ଦାନ୍ତ ଘଷିବା (ଅବକାଶ) ପରେ ତାଙ୍କୁ ବିରି ଓ ଭଲଘିଅରେ ପ୍ରସ୍ତୁତ ପିଠା ଅର୍ପଣ କରାଯାଏ। ଏହି ସମୟରେ ମହାପ୍ରଭୁ ସଅଳ ଉଠନ୍ତି। ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୁଏ। ପାଳିଆ ପୁରସ୍କାର ବିବାଦ ଯୋଗୁଁ ରବିବାର ପହିଲିଭୋଗ ନୀତି ବିଳମ୍ବ ହୋଇଥିବା କୁହାଯାଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories