www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରିଜ୍ ତଳୁ ଦୁର୍ଘଟଣାଗ୍ରସ୍ତ କାର୍ ଜବତ: ଗଞ୍ଜେଇ ଚୋରାଚାଲାଣ ହେଉଥିବା ସନ୍ଦେହ

କୋରାପୁଟ: ବ୍ରିଜ୍ ତଳେ ସନ୍ଦିଗ୍ଧ କାର୍ । କୋରାପୁଟ୍ କୁନ୍ଦୁରା ଥାନା କଟଲାପଦର ବ୍ରିଜ୍ ତଳୁ ଏକ ଦୁର୍ଘଟଣାଗ୍ରସ୍ତ କାର୍ ଜବତ ହୋଇଛି। କାରର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା , ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି। ଓଡିଶା ନମ୍ବର ପ୍ଲେଟ୍ ସହିତ ୩ଟି ଛତିଶଗଡ ନମ୍ବର ପ୍ଲେଟ୍ ମଧ୍ୟ ରହିଛି। ଏହାପରେ ଅଧିକ ସନ୍ଦେହ ବଢିଛି। କାରରୁ ପାଖାପାଖି ଦୁଇ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସମ୍ପୃକ୍ତ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରି ପୁଲିସ୍ ତଦନ୍ତ କରୁଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories