www.samajalive.in
Sunday, December 7, 2025
16.1 C
Bhubaneswar

ଅତାବିରା ବ୍ଲକରେ ସାଧନ ଓ ସୁଯୋଗରୁ ବଞ୍ଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ପାଇପାରୁ ନାହାନ୍ତି ସରକାରୀ ଯୋଜନାର ଲାଭ। ଏହି ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟରେ ପାଠପଢିଲେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ଯୋଜନା କରାଯାଇଛି । ରାଜ୍ୟ ତଥା ଜିଲାର ସମସ୍ତ ବ୍ଲକମାନଙ୍କରେ ଛାତ୍ରଛାତ୍ରୀମାନେ ଏହି ଯୋଜନାରୁ ଉପକୃତ ହେଉଥିବାବେଳେ ଅତାବିରା ବ୍ଲକରେ ତାର ଓଲଟା ହେଉଛି । ଆଜି ଯାଏ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସାଧନ କକ୍ଷଟିଏ ମଧ୍ୟ ନାହିଁ। ସାଧନ ପାଇଁ ଆସୁଥିବା ଉପକରଣ ବା ଶିକ୍ଷଣ ସାମଗ୍ରୀ ସେମିତି ବ୍ଲକ କାର୍ଯ୍ୟାଳୟରେ ପଡ଼ି ରହିଛି। ତା’ର କୌଣସି ଉପଯୋଗ ହୋଇ ପାରୁନାହିଁ ।

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ପାଠ ପଢିବାରେ ସହାୟତା ପ୍ରଦାନ କରିବା, ସେମାନଙ୍କର ଜୀବିକା ନିର୍ବାହ ପାଇଁ ନିଜକୁ ପ୍ରସ୍ତୁତ କରାଇବାରେ ସହାୟତା ପ୍ରଦାନ କରିବା ଏବଂ ସମାଜରେ ମର୍ଯ୍ୟାଦାସ୍ପଦ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ଆସୁଥିବା ଅନେକ ବାଧା ବିଘ୍ନ ଯଥା ଶାରୀରିକ, ମନସ୍ତାତ୍ତ୍ଵିକ, ଆର୍ଥିକ, ମାନସିକ ଇତ୍ୟାଦିକୁ କିପରି ସେମାନେ ସାମ୍ନା କରିବେ, ଏହିସବୁ ଦକ୍ଷତା ସେମାନଙ୍କଠାରେ ବିକଶିତ କରାଇବାର ନିରନ୍ତର ପ୍ରୟାସ କରୁଛନ୍ତି ସରକାର । ଏହା ବ୍ୟତୀତ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିବାରେ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି । ଦେଖିପାରୁ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି, ଶୁଣି ପାରୁ ନଥିବା ପିଲାଙ୍କ ପାଇଁ ଶ୍ରବଣ ଯନ୍ତ୍ର, ବ୍ୟାୟାମ ସାମଗ୍ରୀ ଆଦି ଅନେକ ଉପକରଣ ଆସୁଛି। ପ୍ରତିବର୍ଷ ଏହି ଭିନ୍ନକ୍ଷମଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି। ଦିବ୍ୟାଙ୍ଗ ପିଲାମାନଙ୍କ ନିମନ୍ତେ ଦୁଇ ଜଣ ସାଧନ କର୍ମୀ ଓ ଚାରି ଜଣ ପିଏଚଆଇଭି ଭାବରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଭିନ୍ନକ୍ଷମମାନଙ୍କୁ ସ୍ବାବଲମ୍ବୀ କରି ଗଢିବାର କିଛି ପ୍ରୟାସ କରାଯାଉ ନାହିଁ । ସରକାର ଏହି କର୍ମଚାରୀମାନଙ୍କୁ ମାସକୁ ମାସ ଦରମା ଦେଉଛନ୍ତି। ହେଲେ କାମ କିଛିନାହିଁ। କେବଳ ବର୍ଷକୁ ଥରେ ଏହି ଭିନ୍ନକ୍ଷମମାନଙ୍କୁ ବଣଭୋଜି ପାଇଁ ନେଇ ତାଙ୍କ ପାଇଁ ବହୁତ୍ କିଛି କରାଯାଉଛି ବୋଲି ବାଃ ବାଃ ନିଆଯାଉଛି। ସେଥିରେ ପୁଣି ସେହି ବଣ ଭୋଜିରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ତୁଳନାରେ କର୍ମଚାରୀମାନଙ୍କ ସଂଖ୍ୟା ବେଶୀ ରହିଥାଏ। ବଡ ପରିତାପର ବିଷୟ ଏହି ଭିନ୍ନକ୍ଷମଙ୍କୁ ସମର୍ଥ, ସକ୍ଷମ କରିବା ପାଇଁ ଯେଉଁ ସବୁ ପଦକ୍ଷେପ, ଯେଉଁ ସବୁ କାର୍ଯ୍ୟ ପନ୍ଥା ଅବଲମ୍ବନ କରାଯିବା ଉଚିତ୍, ସେ ସବୁକୁ ଚିନ୍ତା ନ କରି କେବଳ ଧର୍ମକୁ ଆଖି ଠାର ମାରିଲା ଭଳି କାମ କରାଯାଉଛି। ସବୁଠାରୁ ବିଡମ୍ବନାର ବିଷୟ ଯେ ବ୍ଲକ ଶିକ୍ଷା ବିଭାଗର ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ନାହିଁ । ଏଥିପାଇଁ କୌଣସି ଠୋସ୍ ପଦକ୍ଷେପ ବି ନେଉ ନାହାନ୍ତି । ଏହି ଭିନ୍ନକ୍ଷମଙ୍କ ପାଇଁ ଆସୁଥିବା ଅର୍ଥ ଯାଉଛି କୁଆଡେ ? ଏହି ଭିନ୍ନକ୍ଷମମାନଙ୍କ ପାଇଁ ବ୍ଲକ ପକ୍ଷରୁ କିଛି କାର୍ଯ୍ୟକ୍ରମ କରାଯାଉ ନ ଥିବା, ତାଙ୍କୁ ଏସବୁ ସୁବିଧାରୁ ବଞ୍ଚିତ କରିବାରେ ଦାୟୀ କିଏ ? ଅନ୍ୟ ବ୍ଲକର ପିଲାମାନେ ଏହି ସବୁ ସୁବିଧା ପାଉଥିବା ବେଳେ ଅତାବିରା ବ୍ଲକର ଛାତ୍ରଛାତ୍ରୀ ସେଥିରୁ କାହିଁକି ବଞ୍ଚିତ ରହୁଛନ୍ତି ? ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories