www.samajalive.in
Sunday, December 7, 2025
14.1 C
Bhubaneswar

ସିମ୍‌ କାର୍ଡକୁ ନେଇ ବଡ ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ସପ୍ତାହରେ ଟ୍ରାଇ ପକ୍ଷରୁ ମୋବାଇଲ୍‌ ନମ୍ବର ସିମ୍‌ କାର୍ଡ ନିୟମରେ ପରିବର୍ତ୍ତନ କରାଯାଇଥିଲା । ଏହି ନୂଆ ନିୟମ ଅନୁସାରେ ଯଦି ଏକ ସିମ୍‌ କାର୍ଡ ଅଦଳବଦଳ କିମ୍ବା ପରିବର୍ତ୍ତନ କରାଯାଏ ତେବେ ସେହି ମୋବାଇଲ ନମ୍ବରକୁ ଅନ୍ୟ କୌଣସି ଟେଲିକମ୍‌ ଅପରେଟରକୁ ୭ଦିନ ପାଇଁ ପଠାଯାଇପାରିବ ନାହିଁ । ଏହି ନିୟମ ବହୁତ ଲାଭଦାୟକ ଅଟେ । ନୂଆ ନିୟମ ଆପଣଙ୍କୁ ସିମ୍‌ କାର୍ଡ ଦ୍ୱାରା ହେଉଥିବା ଠକେଇରୁ ରକ୍ଷା କରିବ । ସୂଚନା ଯୋଗ୍ୟ ଏମଏନପି ନିୟମ ଲାଗୁ ହେବା ପରଠାରୁ ଏହା ହେଉଛି ନବମ ନୂତନ ସଂଶୋଧନ । ଟ୍ରାଇ କହିଛି ଯେ ଦେଶରେ ସିମ୍‌ କାର୍ଡ ଠକେଇକୁ ରୋକିବା ଏବଂ ହ୍ରାସ କରିବା ପାଇଁ ଏହି ନୂତନ ନିୟମ ଜରୁରୀ ହୋଇଛି । ଏହି ନୂଆ ନିୟମ ଜୁଲାଇ ୧ତାରିଖରୁ କାର୍ଯ୍ୟକାରୀ ହେବ ।
ଆଜିକାଲି ଦେଶରେ ସିମ୍‌ ଅଦଳବଦଳ ସ୍କାମ ବଢିବାରେ ଲାଗିଛି । ଏହାକୁ ରୋକିବାକୁ ଟ୍ରାଇ ଏହି ନୂଆ ନିୟମ ଜାରି କରିଛି । ସିମ୍‌ କାର୍ଡ ଅଦଳବଦଳ ସ୍କାମରେ ଫୋନ୍‌ ନମ୍ବର ପୋର୍ଟ କରିବା ଏଜେନ୍ସି ଗୁଡିକ ପାଇଁ ଅପରାଧୀଙ୍କୁ ଟ୍ରାକ୍‌ କରିବା କଷ୍ଟକର ହୋଇଥାଏ ।
ସିମ୍‌ ଅଦଳବଦଳ ହେଉଛି ଏକ ପ୍ରକାର ଠକେଇ ଯେଉଁଥିରେ ଜଣେ ଠକ ବ୍ୟକ୍ତି ଆପଣଙ୍କ ମୋବାଇଲ ନମ୍ବର ଚୋରି କରିବା ପାଇଁ ଆପଣଙ୍କ ସିମ୍‌ କାର୍ଡକୁ ଏକ ନକଲି ସିମରେ ପରିବର୍ତ୍ତନ କରନ୍ତି । ଏହାର ମୂଳ ଉଦେ୍ଦଶ୍ୟ ହେଲା ନମ୍ବର ସହିତ ଜଡିତ ସମସ୍ତ ସୂଚନା ପାଇବା । ଯେପରିକି ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଏସଏମଏସ ପିନ୍‌, ୟୁଏସଏସଡି ନମ୍ବର ଇତ୍ୟାଦି ସମ୍ପର୍କରେ ସୂଚନା ପାଇବା ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories