www.samajalive.in
Saturday, December 6, 2025
19.1 C
Bhubaneswar

ସରକାରୀ ଜମିରୁ ବୁହା ଚାଲିଛି ମୋହରମ

ଗୁରୁଡିଝାଟିଆ : ରାସ୍ତାକାମ ପାଇଁ ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରାଯାଇ ସରକାରୀ ଜମିରୁ ବୁହା ଚାଲିଛି ମୋହରମ। ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଛି। ହେଲେ ସରକାରୀ ଅଧିକାରୀଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ବେଆଇନ ମୋହରମ ଚାଲାଣ ହେଉଥିବା ସ୍ଥାନ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବାରୁ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏଭଳି ଚିତ୍ର ଦେଖିବାକୁ ମିଳେ କଖଡି-କପୁରସିଂ ରାସ୍ତା ପାଶ୍ୱର୍ରେ।
ପ୍ରକାଶଯୋଗ୍ୟ ରାସ୍ତା ଓ କୋଠାବାଡି ବିଭାଗ ଦ୍ୱାରା କଖଡି-କପୁରସିଂ ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଠିକାଦାର କେତେବେଳ ସରକାରୀ ଜମିରେ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଆଖିବୁଜା ମାଟି ଉଠାଉଛି। ପୁଣି ନୀତି ନିୟକୁ ଉଲ୍ଲଘଂନ କରି ଏହି ରାସ୍ତାର ସୁବାସୀ ସଂରକ୍ଷିତ ଜଙ୍ଗଲ ପାଶ୍ୱର୍ ରାସ୍ତାକୁ ଲାଗିଥିବା ସ୍ଥାନକୁ ଖାଲ କରି ବେଆଇନ ଭାବରେ ମୋହରମ ଉଠାଯାଉଛି। ଏହାଦ୍ୱାରା ରାସ୍ତାରେ ଯାଉଥିବା ଗାଡିଚାଳକ ମୋହରମ ଉଠିଥିବା ଖାତରେ ପଡି ଦୁର୍ଘଟଣାର ଶିକାର ହେବାକୁ ଏଡାଇ ଦିଆଯାଇନପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଜଙ୍ଗଲରେ ହାତୀ, ହରିଣ, ବାରାହା, କୁଟୁରା ଆଦି ବିଭିନ୍ନ ବନ୍ୟପ୍ରାଣୀ ବସବାସ କରିବା ସହିତ ରାସ୍ତା ଅତିକ୍ରମ କରିଥାନ୍ତି। କେତେବେଳେ ଯେ ବନ୍ୟପ୍ରାଣୀ ବେଆଇନ ଭାବେ ଖନନ ହୋଇଥିବା ମୋହରମ ଖାତରେ ପଡି ପ୍ରାଣ ହରାଇବାକୁ ଏଡାଇ ଦିଆଯାଇନପାରେ। ଠିକାଦାରଙ୍କ ଏଭଳି କାର୍ଯ୍ୟପ୍ରତି ଜଙ୍ଗଲ ବିଭାଗ ବା ଆଠଗଡ ତହସିଲ କର୍ତ୍ତୃପକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories