www.samajalive.in
Sunday, December 7, 2025
14.1 C
Bhubaneswar

108MP ଓ 32MP କ୍ୟାମେରା ସହ ପଛରେ ଏଲଇଡି ଲାଇଟ୍‌; ଆକର୍ଷଣୀୟ ଦାମ୍‌ ସହ ଜବରଦସ୍ତ ଫିଚର୍‌ ଆଣୁଛି ଏହି ଫୋନ୍‌

ସମାଜ ଡିଜିଟାଲ ଡେସ୍କ: ଟେକ୍ ବ୍ରାଣ୍ଡ୍ ଟେକ୍ନୋ ଆକର୍ଷଣୀୟ ଦାମ୍‌ରେ ଏଲଇଡି ଲାଇଟ୍‌ଯୁକ୍ତ ଏକ ଶକ୍ତିଶାଳୀ ଗେମିଙ୍ଗ୍‌ ସ୍ମାର୍ଟଫୋନ୍ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ। କମ୍ପାନୀ ଏହାର ନୂଆ Pova 6 Proର ଭାରତରେ ଲଞ୍ଚ୍‌ ତାରିଖ ଘୋଷଣା କରିଛି। ଏହି ସ୍ମାର୍ଟଫୋନକୁ ବିଶେଷ କରି ଉତ୍ତମ ଗେମ୍‌ ପ୍ରଦର୍ଶନ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାର ପଛ ପ୍ୟାନେଲରେ ୧୦୮ଏମପି କ୍ୟାମେରା ସେଟଅପ୍ ମିଳିବ। ଏହା ବ୍ୟତୀତ କମ୍ପାନୀ ନୂଆ ଫୋନରେ ୩୨ଏମପି ସେଲ୍‌ଫି କ୍ୟାମେରା ଦେଉଛି। ଏଥିରେ ୭୦ୱାଟ୍‌ ଫାଷ୍ଟ ଚାର୍ଜିଂ ସହ ୬୦୦୦ଏମଏଏଚ ବ୍ୟାଟେରୀ ମିଳିବ।

ଚାଇନା କମ୍ପାନୀ ଗତ ମାସ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ(ଏମଡବ୍ଲ୍ୟୁସି) ଟେକ୍ ଇଭେଣ୍ଟରେ ଏହି ସ୍ମାର୍ଟଫୋନ୍ ପ୍ରଦର୍ଶନ କରିଥିଲା। ପ୍ରେସ ବିଜ୍ଞପ୍ତିରେ ବ୍ରାଣ୍ଡ କହିଛି ଯେ, ଏହି ସ୍ମାର୍ଟଫୋନ୍ ମାର୍ଚ୍ଚ ୨୯ରେ ଭାରତୀୟ ବଜାରକୁ ଆସିବ। ଏହି ଡିଭାଇସ୍ ଟ୍ରାନ୍ସପରେଣ୍ଟ ବ୍ୟାକ୍ ଡିଜାଇନ୍ ସହିତ ଆସିପାରେ ଏବଂ ଏହା ବର୍ତ୍ତମାନ ବିଶ୍ୱ ବଜାରରେ ଉପଲବ୍ଧ।

- Advertisement -

Tecno Pova 6 Proର ବିଶେଷତ୍ବ:

ବାର୍ଷିକ ଟେକ୍‌ ଇଭେଣ୍ଟ ଏମଡବ୍ଲ୍ୟୁସି ୨୦୨୪ରେ ଫୋନ୍‌ର ସମସ୍ତ ବିଶେଷତ୍ବ ଉପରୁ ପରଦା ଉଠିସାରିଛି। ଏହି ସ୍ମାର୍ଟଫୋନରେ ୬.୭୮ ଇଞ୍ଚର ସମ୍ପୂର୍ଣ୍ଣ ଏଚଡି+ ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି ଏବଂ ୧୨୦ଏଚଜେଡ୍‌ ରିଫ୍ରେଶ୍‌ ରେଟ୍‌ ସପୋର୍ଟ ରହିଛି। ସର୍ବୋତ୍ତମ କାର୍ଯ୍ୟଦକ୍ଷତା ପାଇଁ ଏହି ଫୋନରେ ମିଡିଆ ଟେକ୍ ଡାଇମେନସିଟି ୬୦୮୦ ପ୍ରୋସେସର୍‌ ସହ ୧୨ ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ରହିଛି। ଭର୍ଚୁଆଲ୍‌ ରାମ୍‌ ଫିଚର ସହ ଏହି କ୍ଷମତା ୨୪ଜିବି ପର୍ଯ୍ୟନ୍ତ ବଢିପାରିବ। କ୍ୟାମେରା ସେଟ୍‌ଅପ୍‌ ବିଷୟରେ କହିବାକୁ ଗଲେ, ଏହାର ପଛ ପ୍ୟାନେଲରେ ୧୦୮ଏମପି କ୍ୟାମେରା ସେଟଅପ୍ ଦିଆଯାଇଛି। ଏହା ବ୍ୟତୀତ ସେଲ୍‌ଫି ଓ ଭିଡିଓ କଲିଂ ପାଇଁ ୩୨ଏମପି ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ୭୦ୱାଟ୍‌ ଫାଷ୍ଟ ଚାର୍ଜିଂ ସହ ୬୦୦୦ଏମଏଏଚ ବ୍ୟାଟେରୀ ମିଳିବ। ଏହି ଫୋନ୍‌ରେ ୭୦ୱାଟ୍‌ ଫାଷ୍ଟ ଚାର୍ଜିଂ ଓ ୧୦ ୱାଟ୍‌ ରିଭର୍ସ ଚାର୍ଜିଂ ସହ ୬୦୦୦ଏମଏଏଚ ବ୍ୟାଟେରୀ ମିଳିବ।

ଏଥିରେ ସର୍ବୋତ୍ତମ ଗେମିଂର ମଜା ସହିତ ଏହାର ପଛ ପ୍ୟାନେଲରେ ଏଲଇଡି ଲାଇଟ୍ ସହିତ ଏକ ନିଆରା ଡିଜାଇନ୍ ମଧ୍ୟ ରହିବ। ତେବେ ବର୍ତ୍ତମାନ ସୁଦ୍ଧା ଏହାର ମୂଲ୍ୟ ବିଷୟରେ ବିଧିବଦ୍ଧ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନଥିବାବେଳେ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୫୯୯୦ ଟଙ୍କା ରହିବ ବୋଲି ଜଣାପଡ଼ିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories