www.samajalive.in
Sunday, December 14, 2025
23.1 C
Bhubaneswar

ଚୋର ଆସିଲେ ସତର୍କ କରିଦେବ ଏହି ଡୋରବେଲ୍ ! ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ସାଓମି ଖୁବ୍ ଶୀଘ୍ର ନୂଆ ଡୋରବେଲ ‘ଥ୍ରଏସ’ର ବଜାର ପ୍ରବେଶ କରାଇବାକୁ ପ୍ରସ୍ତୁତ ହେଉଛି । ଏହା ପୂର୍ବରୁ ଥିବା ଡୋରବେଲ୍ ଥ୍ରୀର ଆଧୁନିକ ଭର୍ସନ । ଏଥିରେ ଅନେକ ନୂଆ ଫିଚର୍ସ ଆଣିଛି କମ୍ପାନୀ । ଏହା ଏବେ ଓ୍ବାଇଫାଇ ୬ ସହିତ କନେକ୍ଟ ହୋଇପାରିବ । ଆହୁରି କିଛି ନୂଆ ଫିଚର୍ସ ମଧ୍ୟ ଆଣିଛି କମ୍ପାନୀ ।

ପୂର୍ବରୁ ‘ଡୋରବେଲ୍ ଥ୍ରୀ’ ଉପଭୋକ୍ତା ଆମାଜନରୁ ଅନଲାଇନରେ କିଣିପାରୁଥିଲେ । ଏବେ ଆଉ କିଛି ଦିନ ପରେ ଥ୍ରୀଏସ୍ ବଜାରକୁ ଆସିବ । ବର୍ତ୍ତମାନ ସୁଦ୍ଧା ଏହାର ଦାମ୍ ସମ୍ପର୍କରେ କିଛି ଜଣାପଡିନି । ତେବେ ଆଶା କରାଯାଉଛି କି ପୁରୁଣା ମଡେଲ ଅପେକ୍ଷା ଏହା ସାମାନ୍ୟ ମହଙ୍ଗା ହୋଇପାରେ । ପୁରୁଣା ମଡେଲର ଦାମ୍ କଥା କହିବା ତ ଏହାକୁ ପ୍ରାୟ ସାଢେ ୭ ହଜାର ଟଙ୍କାରେ କିଣିପାରୁଛନ୍ତି ଗ୍ରାହକ ।

- Advertisement -

ପୂର୍ବଭଳି ଏଥିରେ ୨କେ କ୍ବାଲିଟିର ଭିଡିଓ, ୧୮୦ ଡିଗ୍ରୀ ଭ୍ୟୁ, ରିୟଲ ଟାଇମ୍ ମନିଟରିଂ, ମୋଶନ ଅଲର୍ଟ ଏବଂ ୭୨ ଘଣ୍ଟା ପର୍ଯ୍ୟନ୍ତ ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ମିଳିବ । କିନ୍ତୁ ନୂଆ ଫିଚର୍ସ ରୂପେ ଏଥିରେ ଜଳ ଏବଂ ଧୂଳି ରୋଧି କ୍ଷମତା ମିଳିବା ସହିତ ଅଧିକ ବ୍ୟାଟେରୀ ବ୍ୟାକଅପ୍ ମିଳିବ । ଏହି ଡୋରବେଲ୍ ସାମ୍ନାକୁ ଆସୁଥିବା ଲୋକଙ୍କ ଫଟୋ ଭିଡିଓ ଉଠାଇବା ସହିତ ଆପଣ ଘରେ ବସି ଗେଟ୍ ପାଖରେ କିଏ ଅଛନ୍ତି ଜାଣିପାରିବେ । ଏବଂ ଆପଣ ତାଙ୍କ କାର୍ଯ୍ୟକଳାପ ମଧ୍ୟ ତଦାରଖ କରିପାରିବେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories