www.samajalive.in
Sunday, December 14, 2025
16.1 C
Bhubaneswar

ଚାକିରି ଦେବା ନାଁରେ ଠକେଇ, ଜଣେ ଅଟକ

ଗୋପାଳପୁର : ଗୋପାଳପୁର ପୁଲିସ ଆଜି ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ଜଣକୁ ଅଟକ ରଖିଛି । ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଗଜେନ୍ଦ୍ର ନାଥ ସାହୁ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ପ୍ରକାରେ ଗଜେନ୍ଦ୍ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୧୯୮୩ ମସିହାରେ କନିଷ୍ଠ ସହକାରୀ ଭାବେ ନିଯୁକ୍ତି ପାଇଥିଲେ । ୧୯୮୯ରେ କୌଣସି କାରଣକୁ ନେଇ ସସପେଣ୍ଡ ହୋଇଥିଲେ । ଜୁଲାଇ ୨୦୨୩ରେ ଅବସର ଗ୍ରହଣ କରିଥିଲେ । ଅଭିଯୋଗ ପ୍ରକାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ଝିଅକୁ ସହକାରୀ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଚାକିରି କରାଇ ଦେବେ ବୋଲି  କହି ଗୁଗଲ ପେରେ ୧୮ ଲକ୍ଷ ୧୬ ହଜାର ୨୫୦ଟଙ୍କା ନେଇଥିଲେ ।

୨୦୨୩ ଡିସେମ୍ବର ୩୦ ତାରିଖରେ ଏଏସଓ ଫଳ ଜଣାପଡିବା ପରେ ନାମ ନଥିବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ କର୍ମଚାରୀ ଜଣକ । କିନ୍ତୁ ମିଥ୍ୟା ପ୍ରତିଶୃତି ଦେଇ ଗଜେନ୍ଦ୍ର ଟଙ୍କା ଫେରାଉ ନଥିଲେ । ଫୋନ ଯୋଗେ ଟଙ୍କା ମାଗିବାରୁ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ । ଏ ନେଇ କର୍ମଚାରୀଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୧୧/୨୪ ମାମଲା ରୁଜୁ କରିଥିଲା । ଆଜି ଥାନା ଅଧିକାରୀ ଶରତ କୁମାର ମାହାଲିକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ଶିଶିର କୁମାର ସାହାଣୀଙ୍କ ନେତୃତ୍ୱରେ ଏକ ଟିମ ଗଜେନ୍ଦ୍ର କଟକରେ ରହୁଥିବା ଜାଣିପାରି ସେଠାକାର ପୁଲିସ ସହାୟତାରେ ତାଙ୍କୁ କାବୁ କରି ଆଜି ଗୋପାଳପୁର ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ପୁଲିସ କହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories